ଝିଅଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ସୁନୀଲ

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ. ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଏହି ବର୍ଷ ଡିସେମ୍ବରରେ ହେବ ବୋଲି କୁହାଯାଉଛି। ଶୁଣିବାକୁ ମିଳୁଛି ଯେ, ବଲିଉଡ ଅଭିନେତା ତଥା ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ ଝିଅର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

ରିପୋର୍ଟନୁଯାୟୀ, ସୁନୀଲ ସେଟ୍ଟୀ ଝିଅ ଆଥିଆଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ସେଟ୍ଟୀ ପରିବାରରେ ବହୁ ବର୍ଷ ପରେ ଏହା ପ୍ରଥମ ବିବାହ ହେବାକୁ ଯାଉଛି । ସେ ତାଙ୍କ ଝିଅର ବିବାହ ଧୁମ୍‌ଧାମ୍‌ରେ କରିବେ ବୋଲି ଚାହୁଁଛନ୍ତି। ଏମିତିକି ଡିସେମ୍ବରରେ ହେବାକୁ ଥିବା ବିବାହ ପାଇଁ ସୁନୀଲ ସେଟ୍ଟୀ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଥିଆଙ୍କ ବିବାହ ଗ୍ରାଣ୍ଡ ଆକାରରେ ହେବ । ବିବାହର ଅଧିକାଂଶ ରୀତିନୀତି ଜୁହୁ ସ୍ଥିତ ପଞ୍ଚତାରକା ହୋଟେଲରେ ହେବ ବୋଲି ଜଣାପଡିଛି।

Share