ଅଡ଼ୁଆରେ ଏକତା କପୁରଙ୍କ ବାଲାଜୀ ଫିଲ୍ମସ୍‌: ବର୍ସୋବା ଥାନାରେ ଏତଲା ଦେଲେ ସୁନିଲ ସେଟ୍ଟୀ

ବମ୍ବେ: ଅଡ଼ୁଆରେ ବାଲାଜୀ ଫିଲ୍ମସ୍‌। ଏକତା କପୁରଙ୍କ ଏହି କମ୍ପାନୀ ନାଁରେ ବର୍ସୋବା ଥାନାରେ ଏତଲା ଦେଇଛନ୍ତି ଅଭିନେତା ସୁନିଲ ସେଟ୍ଟୀ। ତାଙ୍କୁ ନଜଣାଇ ତାଙ୍କର ଫଟୋ ବ୍ୟବହାର କରିବା, ଏପରିକି ସେ ମୁଖ୍ୟ ଚରିତ୍ରରେ ଆସୁଥିବା ନେଇ ମିଥ୍ୟା ପୋଷ୍ଟ କରିବା ଘଟଣା ନେଇ ସେ ଅଭିଯୋଗ କରିଛନ୍ତି।

‘ବିନିତା’ ଫିଲ୍ମରେ ସୁନିଲଙ୍କ ସହ ଲୋକପ୍ରିୟ ସଙ୍ଗୀତକାର ସନ୍ତୋଷ ଆନନ୍ଦଙ୍କ ନାମ ରହିଥିଲା। ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତା ଫଟୋ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା। ଏ ବିଷୟରେ ସୁନିଲ ଜାଣିବା ପରେ ଆପତ୍ତି ଉଠାଇ କମ୍ପାନୀ ନାମରେ ଅଭିଯୋଗ କରିଛନ୍ତି। ନିଜ ଫଟୋ ଦେଖି ସେ ଚକିତ ହୋଇଯାଇଥିବା କହିଛନ୍ତି। କମ୍ପାନୀ ତାଙ୍କ ନାମ ବ୍ୟବହାର କରି ଟଙ୍କା ମାଗୁଥିବା ସେ କହିଛନ୍ତି। ଏଥିରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି ମଧ୍ୟ କରିଛନ୍ତି।

Share