ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁନୀଲ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ଆଥିୟା ସେଟ୍ଟି ୨୮ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ସମସ୍ତଙ୍କଠାରୁ ଭିନ୍ନ ଢଙ୍ଗରେ ଝିଅକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ପିତା ତଥା ବଲିଉଡ୍ ନାୟକ ସୁନୀଲ ସେଟ୍ଟି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିବା ସହ ଏକ ମୋନୋକ୍ରମ ଫଟୋ ମଧ୍ୟ ଶେୟାର କରିଛନ୍ତି । ସୁନୀଲ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା । ତୁମେ ମୋ ଜୀବନର ପ୍ରତିଦିନର ଉପହାର ହୋଇ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ । ଝିଅ ଆଥିୟାଙ୍କୁ ନେଇ ସୁନୀଲ ଖୁବ୍ ଗର୍ବିତ । ସବୁବେଳେ ପିତାଙ୍କୁ ଅନୁସରଣ କରୁଥିବା ଆଥିୟା କେବେ ବଲିଉଡ୍‌ରେ ଡେବ୍ୟୁ କରିବେ ତାହା ଜଣାନାହିଁ । କରିବେ କି ନା ତାହା ମଧ୍ୟ କହି ହେଉନାହିଁ । ହେଲେ ସେ ସବୁବେଳେ ତାଙ୍କ ପିତାଙ୍କ କଥାକୁ ଅକ୍ଷର ଅକ୍ଷରେ ପାଳନ କରୁଥିବା ଏକ ସାକ୍ଷାତ୍ କାରରେ ସୁନୀଲ କହିଥିଲେ ।

Share