ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ଏବେ ଉଭୟ ପରସ୍ପର ସହ ପୋଜ୍‌ ଦେଇ ଫଟୋ ପୋଷ୍ଟ କରୁଛନ୍ତି। ଆଥିଆଙ୍କ ପିତା ତଥା ଅଭିନେତା ସୁନୀଲ ସେଟ୍ଟୀ କେ.ଏଲ ରାହୁଲଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ସୁନୀଲ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ କେ.ଏଲ ରାହୁଲ ଏବଂ ଆହାନ ସେଟ୍ଟୀ(ସୁନୀଲଙ୍କ ପୁଅ) ପାର୍କରେ ସକାଳୁ ବୁଲୁଥିବାର ନଜର ଆସିଛନ୍ତି। ପୋଷ୍ଟ ଶେଷରେ ସେ ଲଣ୍ଡନ ରାସ୍ତାରେ ବୁଲୁଥିବା ଉଭୟ (କେ.ଏଲ ରାହୁଲ ଏବଂ ଆହାନ)ଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି। ଭିଡିଓ ସହିତ ଲେଖାଯାଇଥିବା କ୍ୟାପସନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସୁନୀଲ କେ.ଏଲ ରାହୁଲଙ୍କ ନେଇ ଏକ ପ୍ରେମଭରା ସନ୍ଦେସ ଦେଇଛନ୍ତି। ସେ ଲେଖିଛନ୍ତି, ମୋର ପ୍ରେମ ହେଉଛି ମୋର ଶକ୍ତି।’ ଏହା ସହିତ ସେ ଆହାନ ସେଟ୍ଟୀ ଏବଂ କେ.ଏଲ ରାହୁଲଙ୍କୁ ଏହି ପୋଷ୍ଟରେ ଟ୍ୟାଗ କରିଛନ୍ତି।
ଏହାସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେ.ଏଲ ରାହୁଲଙ୍କ ଉପରେ ଖୋଲାଖୋଲି ପ୍ରେମ କରିଛନ୍ତି ସୁନୀଲ। ପ୍ରଶଂସକମାନେ ଅଭିନେତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଆପଣ ଅଫିସିଆଲ କରିଦେଲେ।