୬୧ ବର୍ଷରେ ବି ବେଶ ରୋମାଣ୍ଟିକ ସୁନୀଲ, ଭ୍ୟାଲେଣ୍ଟାଇନ୍‌ ଡେ’ରେ…

ବମ୍ବେ: କଥାରେ ଅଛି ପ୍ରକୃତ ପ୍ରେମ ଜୀବନରେ ଥରେ ହୋଇଥାଏ। ବହୁତ କମ୍‌ କଳାକାର ଅଛନ୍ତି ଯେଉଁମାନେ କି ନିଜର ସାଥୀଙ୍କୁ ଜୀବନସାଥୀ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟି ଅନ୍ୟତମ।
ସୁନୀଲ ନିଜର ପ୍ରେମିକା ମାନାଙ୍କୁ ଦୀର୍ଘ ୯ ବର୍ଷ ଧରି ଡେଟ୍‌ କରିବା ପରେ ବିବାହ କରିଥିଲେ। ଏବେ ଦୁହିଁଙ୍କ ବିବାହକୁ ୩୧ ବର୍ଷ ବିତିଗଲାଣି। ହେଲେ ସେବେଠାରୁ ଏବେ ଯାଏ ଦୁହିଁଙ୍କ ପ୍ରେମ ମଳିନ ପଡ଼ିନାହିଁ। ଆଜି ବି ସେ ପୂର୍ବ ଭଳି ସତେଜ।

ତେବେ ମଙ୍ଗଳବାର ଭ୍ୟାଲେଣ୍ଟାଇନ୍‌ ଡେ’ ଉପଲକ୍ଷେ ସମସ୍ତେ ନିଜ ନିଜ ସାଥୀଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ସୁନୀଲ ପଛରେ ରହି ନାହାନ୍ତି। ସେ ନିଜର ଇନଷ୍ଟାଗ୍ରାମରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହ ଫଟୋ ଶେୟାର କରି ବିଗତ ଦିନକୁ ମନେ ପକାଇଛନ୍ତି। ଏଥିସହ ସେମାନଙ୍କୁ ଭ୍ୟାଲେଣ୍ଟାଇନ୍‌ ଡେ ଶୁଭେଚ୍ଛା ଜଣାଇଛନ୍ତି।

ସୁନୀଲ ଶେୟାର କରିଥିବା ଗୋଟିଏ ଫଟୋରେ ଝିଅ ଆଥିଆ ଏବଂ ପୁଅ ଅହାନଙ୍କ ପିଲାଦିନ ଦେଖିବାକୁ ମିଳୁଛି। ସେହିଭଳି ଅନ୍ୟଟି ଆଥିଆଙ୍କ ବିବାହ ସମୟର। ଦୁଇଟିଯାକ ଫଟୋରେ ତାଙ୍କ ପ୍ରେମ ଭଳି ପରିବାର ପରଫେକ୍ଟ ବୋଲି ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି।

ଏବେ ସୁନୀଲଙ୍କୁ ୬୧ ବର୍ଷ ବୟସ। ହେଲେ ସେ ଆଜି ବି ଅନେକ ଯୁବ କଳାକାରଙ୍କୁ ଟକ୍କର ଦେଉଛନ୍ତି।

Share