ଭୁବନେଶ୍ବର,୫।୯(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭାଜପା ପ୍ରଭାରୀ ସୁନୀଲ ବଂଶଲ। ସୋମବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଗସ୍ତ ସମୟରେ ବଂଶଲ ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରଥମ ରଣନୀତି ପ୍ରସ୍ତୁତ କରିବେ। ସେହିପରି ବିଧାୟକ, ଏମ୍ପି ଏବଂ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡା ଜିଲା ଦାୟିତ୍ୱରେ ଥିବା ଦଳର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ନେତାମାନଙ୍କୁ ସେ ଭେଟିବେ ବୋଲି ଜଣାପଡିଛି।