ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୨୩।୯(ବ୍ୟୁରୋ): ଭାଜପା ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପ୍ରଭାରୀ ବଂଶଲଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏହାସହ ଦଳର ବିଧାୟକ, ଏମ୍‌ପି ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ ବୋଲି ଜଣାପଡିଛି। ଆସନ୍ତା ୨୯ ତାରିଖରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିବେ। ଏହା ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି।

Share