Categories: ଖେଳ

କ୍ରିକେଟ୍‌ ଇତିହାସରେ ଆଜି ଏକ ଅଭୁଲା ଦିନ

ଜୁନ ୭, ବିଶ୍ୱ କ୍ରିକେଟ ଇତିହାସରେ ଏକ ସ୍ବତନ୍ତ୍ର ଦିନ। ୧୯୭୫ ମସିହା ଆଜିର ଦିନରେ ଲର୍ଡସ ଗ୍ରାଉଣ୍ଡରେ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଦିନିକିଆ ଫର୍ମାଟ ୫୦ ବଦଳରେ ୬୦ ଓଭର ବୋଲିଂ କରାଯାଇଥିଲା। ଇଂଲଣ୍ଡ ୪ ଉଇକେଟ ହରାଇ ୩୩୪ ସ୍କୋର କରିଥିଲା। ବଡ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ହରାଇ ମାତ୍ର ୧୩୨ ରନ ସ୍କୋର କରିପାରିଥିଲା। ଭାରତୀୟ ଓପନର୍‌ ସୁନୀଲ ଗାଭାସ୍କର ୧୭୪ ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୩୬ ରନ୍‌ରେ ଅପରାଜିତ ରହିଥିଲେ। ଏହି ଇନିଂସ ଯୋଗୁ ଗାଭାସ୍କରଙ୍କୁ ଅନେକ ସମାଲୋଚନା କରାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତର ପରାଜୟ ଅପେକ୍ଷା ଗାଭାସ୍କରଙ୍କ ସ୍କୋର ଅଧିକ ଚର୍ଚ୍ଚାରେ ଥିଲା। ସେ ମାତ୍ର ୨୦.୬୯ ହାରରେ ରନ୍‌ ସ୍କୋର କରିଥିଲେ। ତାଙ୍କ ବ୍ୟାଟ୍‌ରୁ ମାତ୍ର ଗୋଟିଏ ଚୌକା ଆସିଥିଲା।

Share