Posted inଖେଳ

ନେଟ୍ସରେ ସୁନୀଲ ଗାଭାସ୍କର ସବୁଠାରୁ ଖରାପ ଖେଳାଳି ଥିଲେ: ମୋରେ

ନୂଆଦିଲ୍ଲୀ, ୪।୭- ଭାରତୀୟ କ୍ରିକେଟ୍‌ରେ ସୁନୀଲ ଗାଭାସ୍କରଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ଗାଭାସ୍କର ପ୍ରଥମ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍‌ ସଂଗ୍ରହ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ନାମରେ ମଧ୍ୟରେ ଟେଷ୍ଟରେ ୩୪ ଶତକ ଲିପିବଦ୍ଧ ରହିଛି। ଏତେସବୁ କୀର୍ତ୍ତିମାନ ସତ୍ତ୍ୱେ ପୂର୍ବତନ ଉଇକେଟ୍‌କିପର କିରନ ମୋରେ କିନ୍ତୁ ଗାଭାସ୍କାରଙ୍କୁ ନେଟ୍ସ ସେସନର ସବୁଠାରୁ ଖରାପ ଖେଳାଳି ବୋଲି କହିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ମୋରେ କହିଛନ୍ତି, ‘ନେଟ୍ସରେ ମୁଁ ଯେତେ ଖେଳାଳିଙ୍କୁ ଦେଖିଛି ସେମାନଙ୍କ ମଧ୍ୟରେ ଗାଭାସ୍କର ସବୁଠାରୁ ଖରାପ ଥିଲେ। ନେଟ୍ସରେ ପ୍ରାକ୍ଟିସ କରିବାକୁ ସେ ଅଧିକାଂଶ ସମୟ ପସନ୍ଦ କରି ନ ଥାନ୍ତି। ଯେତେବେଳେ ତାଙ୍କୁ ନେଟ୍ସରେ ପ୍ରାକ୍ଟିସ କରୁଥିବାର ଦେଖିବେ ଏବଂ ପଡ଼ିଆରେ ମ୍ୟାଚ୍‌ ଖେଳୁଥିବାର ଦେଖିବେ ତେବେ ସେଥିରେ ୯୯.୯ ପ୍ରତିଶତ ଫରକ ପାଇବେ। ସୁନୀଲ ନେଟ୍ସରେ ପ୍ରାକ୍ଟିସ କରିବା ସମୟରେ ଲାଗିବେ ଯେ ସେ ମ୍ୟାଚ୍‌ରେ କେମିତି ରନ୍‌ ସଂଗ୍ରହ କରିବେ। କିନ୍ତୁ ଏହାପରଦିନ ସେ ଯେତେବେଳେ ମ୍ୟାଚ୍‌ ଖେଳୁଥାନ୍ତି ସେତେବେଳେ ଜଣେ ଚମତ୍କାର ଖେଳାଳି ଲାଗନ୍ତି। ସୁନୀଲ ଗାଭାସ୍କାରଙ୍କୁ ଭଗବାନ ଦେଇଥିବା ଶ୍ରେଷ୍ଠ ଉପହାର ହେଉଛି ତାଙ୍କ ଏକାଗ୍ରତା। ତାଙ୍କର ଏକାଗ୍ରତାସ୍ତର ଅବିଶ୍ୱସନୀୟ ଥିଲା ବୋଲି ମୋରେ ଏହି ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image