Categories: ଖେଳ

ରବି ଶାସ୍ତ୍ରୀ ଅବିଶ୍ୱସନୀୟ; ସେ ରାଗିବେ, ପୁଣି କିଭଳି ଭଲ ଖେଳିବ କହିବେ: ଗାଭାସ୍କର

ନୂଆଦିଲ୍ଲୀ,୨୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ରାଷ୍ଟ୍ରୀୟ କ୍ରିକେଟ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବ କ୍ରିକେଟରଙ୍କୁ ଖରାପ ସମୟରେ ପ୍ରେରଣା ଦେଉଥିବାର ଅବିଶ୍ୱସନୀୟ କ୍ଷମତା ଶାସ୍ତ୍ରୀଙ୍କ ପାଖରେ ଥିବା ସେ କହିଛନ୍ତି। ଏହାକୁ ଭାରତୀୟ ଦଳର ବୋଲିଂ କୋଚ୍‌ ଭରତ ଅରୁଣ ମଧ୍ୟ ସମର୍ଥନ କରିଛନ୍ତି।

ଏକ ଓ୍ବେବିନାର୍‌ ସମୟରେ ଗାଭାସ୍କର କହିଥିଲେ, ଶାସ୍ତ୍ରୀଙ୍କ ସହ ଅଭ୍ୟାସ ଅଧିବେଶନ ପରେ ୧୦ ରୁ ୧୫ ମିନିଟ୍‌ ବିତାଇବା ପରେ ତାଙ୍କ ପାଖରେ ଯୁବ କ୍ରିକେଟରଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ଅଦ୍ଭୁତ କ୍ଷମତା ଥିବା ଜାଣିପାରିବେ। ଏହା ଅବିଶ୍ୱସନୀୟ। ସେ ନିଜେ ଯଦି ନିଜର କ୍ଷମତା ଏବଂ କୌଶଳ ଉପରେ ବିଶ୍ୱାସ କରୁଥାନ୍ତି ତେବେ ଯୁବ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଶାସ୍ତ୍ରୀଙ୍କଠାରୁ ଭଲ ଆଉ କେହି ହେବେ ନାହିଁ। ସେ ଆପଣଙ୍କୁ ଗାଳି କରିବେ, ଏଥିସହ ଭଲ ପ୍ରଦର୍ଶନ ପାଇଁ ଆପଣ କ’ଣ କରିପାରିବେ ତାହା କହିବେ। ସେ ଏଭଳି କରି ଦେଖାଇବେ ମଧ୍ୟ।

ଏହାଛଡ଼ା ଗାଭାସ୍କର ଭରତ ଅରୁଣଙ୍କ ମଧ୍ୟ ପ୍ରଶଂସା କରିଛନ୍ତି। ଦ୍ରୁତ ବୋଲରମାନଙ୍କ ଏକ ସେନା ସେ ପ୍ରସ୍ତୁତ କରିଥିବା ପୂର୍ବ କ୍ରିକେଟର କହିଛନ୍ତି।

Share