Categories: ଖେଳ

ପରିବର୍ତ୍ତନ ଲାଗି ପରାମର୍ଶ ଦେଲେ ଗାଭାସ୍କର

ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଆସନ୍ତା ରବିବାର ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତୀୟ ଦଳ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ତଥା ଭାଷ୍ୟକାର ସୁନିଳ ଗାଭାସ୍କର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଳରେ ଦୁଇଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି।

କିମ୍ବଦନ୍ତୀ କ୍ରିକେଟର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ”ଯଦି ହାର୍ଦ୍ଦିକ ବୋଲିଂ କରିପାରିବେ ନାହିଁ, ତେବେ ତାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ର ସାଥି ଖେଳାଳି ଇଶାନ କିଷନଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ। ଏଣୁ ଚମତ୍କାର ଫର୍ମରେ ଥିବା କିଷନଙ୍କୁ ପାଣ୍ଡ୍ୟାଙ୍କ ଠାରୁ ଅଧିକ ଗୁରୁତ୍ୱ ଦେବି। ଆଉ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିବା ପେସର ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଦଳରୁ ବାଦ୍‌ ଦିଆଯିବା ଦରକାର। ତାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯାଇପାରେ। ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆରଏଚ୍‌) ପେସର ଏବେ ଫର୍ମରେ ନାହାନ୍ତି। ଅଧିକ ପରିବର୍ତ୍ତନ ହେଲେ ଦଳ ଉପରେ ନାକାରତ୍ମକ ପ୍ରଭାବ ପଡ଼ିପାରେ“।

Share