ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, ମେଣ୍ଟର ଅଧିକ କିଛି କରିପାରିବ ନାହିଁ। ଏହି ଫର୍ମାଟରେ ଖୁବ୍ଶୀଘ୍ର ପରିବର୍ତ୍ତନ ହୋଇଯାଏ। ଧୋନୀ ଡ୍ରେସିଂ ରୁମ୍ରେ ପ୍ରସ୍ତୁତି କରିବାରେ ସାହାର୍ଯ୍ୟ କରିପାରନ୍ତି। ଆବଶ୍ୟକସ୍ଥଳେ ରଣନୀତି ପରିବର୍ତ୍ତନ କରିବାରେ ଆପଣଙ୍କ ସହାୟତା କରିପାରନ୍ତି। ଟାଇମ୍-ଆଉଟ୍ ହେବା ସମୟରେ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ସହ କଥା ହୋଇପାରନ୍ତି। ଏଥିପାଇଁ ଧୋନୀଙ୍କୁ ନିଯୁକ୍ତ କରିବା ପଦକ୍ଷେପ ଭଲ। ହେଲେ ଧୋନୀ ଡ୍ରେସିଂ ରୁମ୍ରେ ରହିବେ। ମଇଦାନରେ ବାସ୍ତବିକ କାମ ଖେଳାଳିମାନଙ୍କୁ କରିବାକୁ ହେବ। ସେମାନେ ଚାପକୁ କିଭଳି ସମ୍ଭାଳିବେ ତାହା ଉପରେ ମ୍ୟାଚ୍ର ପରିଣାମ ନିର୍ଦ୍ଧାରିତ ହେବ ବୋଲି ସେ କହିଛନ୍ତି।