ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ ଜିତିବା ପରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। କିନ୍ତୁ ଟିମ ଇଣ୍ଡିଆର କିଛି ଖେଳାଳିଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ପୂର୍ବତନ ଭେଟେରାନ ଖେଳାଳି ସୁନୀଲ ଗାଭାସ୍କର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ପୂର୍ବାନୁମାନ କରିଛନ୍ତି ଯେ, ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କେ ରାହାନେଙ୍କ ଟେଷ୍ଟ କ୍ୟାରିୟରକୁ ବଞ୍ଚାଇବା ପାଇଁ କେବଳ ଗୋଟିଏ ଇନିଂସ ବାକି ଅଛି। ସୋମବାର ଜୋହାନ୍ସବର୍ଗରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ପୂଜାରା ଏବଂ ରାହାନେ ଶସ୍ତାରେ ଆଉଟ୍ ହୋଇଥିଲେ। ଏନେଇ ଗାଭାସ୍କର କହିଛନ୍ତି, ପ୍ରଥମ ଇନିଂସରେ ଆଉଟ ହେବା ପରେ ପୂଜାରା ଏବଂ ରାହାନେଙ୍କ ଟେଷ୍ଟ କ୍ୟାରିୟରକୁ ବଞ୍ଚାଇବା ପାଇଁ ଆଉ ଗୋଟିଏ ଇନିଂସ ରହିଛି। ଯଦି ରାହାନେ ଏବଂ ପୂଜାରା ପରବର୍ତ୍ତୀ ଇନିଂସରେ ଫ୍ଲପ କରନ୍ତି, ତେବେ ସେମାନଙ୍କ ଟେଷ୍ଟ କ୍ୟାରିୟର ଶେଷ ହେବ ଏବଂ ଦ୍ୱିତୀୟ ଟେଷ୍ଟରେ ଶେଷ ଥର ପାଇଁ ଟିମ ଇଣ୍ଡିଆର ଜର୍ସିରେ ଦେଖାଯିବେ ବୋଲି ସେ କହିଛନ୍ତି।