Categories: ଖେଳ

ଏମିତି ଖେଳିଲେ ୩୦୦ ରନ୍‌ ପକ୍କା… ଏହି କ୍ରିକେଟରଙ୍କୁ ନେଇ ଗାଭାସ୍କର କଲେ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୧୨: ଟିମ୍‌ ଇଣ୍ଡିଆର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଇଶାନ କିଶନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବ କ୍ରିକେଟର ସୁନୀଲ ଗାଭାସ୍କର। ଦିନିକିଆରେ ତ୍ରିଶତକ ମାରିବାର କ୍ଷମତା ତାଙ୍କର ରହିଛି ବୋଲି ଗାଭାସ୍କର କହିଛନ୍ତି।

ସୋନି ଷ୍ଟୋଟ୍ସ ସହ କଥାବାର୍ତ୍ତାରେ ଗାଭାସ୍କର କହିଛନ୍ତି, ଆମେ ଯୁବ ଖେଳାଳିଙ୍କୁ ଆଗକୁ ଆସିବା ଦେଖିଲେ ଭବିଷ୍ୟତ ପାଇଁ ଆଶା ସୃଷ୍ଟି ହେଉଛି। ଇଶାନ ଯେଉଁଭଳି ଦ୍ୱିଶତକ ମାରିଛନ୍ତି ତାହା ବେଶ ରୋମାଞ୍ଚକର ଥିଲା। ଏହା ବଡ଼ ଉପଲବ୍ଧି ମଧ୍ୟ। ୩୬ତମ ଓଭର ଯାଏ ସେ ଆଉଟ୍‌ ହୋଇଗଲେ। ଯଦି ସେ ଖେଳିଥାନ୍ତେ ସେହି ଦିନ ତ୍ରିଶତକ ମାରିଥାନ୍ତେ। ଯେଉଁଭଳି ସେ ଖେଳନ୍ତି ତାକୁ ଦେଖିଲେ ଦିନିକିଆ ଇତିହାସରେ ପ୍ରଥମ ତ୍ରିଶତକ ମାରିଦେଇପାରିବେ। ଭାରତୀୟ ଟିମ୍‌ ପାଇଁ ଏହା ଏକ ଭଲ ଖବର।

କହିରଖୁଛୁ ଯେ, ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଇଶାନ ଦ୍ୱିଶତକ ମାରିଥିଲେ। ମାତ୍ର ୧୩୧ ବଲ୍‌ରେ ସେ ୨୧୦ ରନ୍‌ର ଇନିଂସ ଖେଳିଥିଲେ। ଏପରି କରି ସେ ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ଦ୍ୱିଶତକ ମାରିବାର ରେକର୍ଡ ନିଜ ନାମରେ କରିଥିଲେ।

Share