ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ସଲମାନ୍ ଖାନ୍ଙ୍କୁ ଟାର୍ଗେଟ କରାଯାଇଛି। ସଲମାନ୍ଙ୍କୁ ଲଗାତାର ଭାବେ ଟ୍ରୋଲ୍ କରାଯାଉଥିଲା। ଏହା ପରେ ସଲମାନ୍ ସୁଶାନ୍ତଙ୍କ ପରିବାରକୁ ସାହାଯ୍ୟ କରିବେ ବୋଲି ଏକ ଟୁଇଟ୍ କରିଥିଲେ। ସଲମାନ୍ଙ୍କ ଏହି ଟୁଇଟ୍ ପରେ ସୁନୀଲ ଗ୍ରୋଭର ତାଙ୍କୁ ସର୍ପେଟ୍କରି ଏକ ଟୁଇଟ୍ ମଧ୍ୟ କରିଛନ୍ତି। ଟୁଇଟ୍କରି ସେ ଲେଖିଛନ୍ତି, ମୁଁ ସଲମାନ୍ଙ୍କ ସାର୍ଙ୍କୁ ଭଲପାଏ ଓ ତାଙ୍କର ସମ୍ମାନ କରେ। ଏହା ପରେ ସଲମାନ୍ଙ୍କୁ ଟ୍ରୋଲ କରୁଥିବା ବ୍ୟକ୍ତି ସୁନୀଲଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।