ଘରକୁ ଫେରିବା ପରେ ଏଭଳି ଟୁଇଟ୍‌ କଲେ ସୁନୀଲ

ବମ୍ବେ: ଅଭିନେତା ତଥା କମେଡିଆନ୍‌ ସୁନୀଲ ଗ୍ରୋଭର ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା। ଏବେ ସେ ଘରକୁ ଫେରିଥିବା ବେଳେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଶଂସକଙ୍କୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜସ୍ବ ଶୈଳୀରେ ସୁନିଲ ଧନ୍ୟବାଦ ଜଣାଇ ଲେଖିଛନ୍ତି, ‘ଭାଇ ଚିକିତ୍ସା ଠିକ୍‌ଠାକ୍‌ ହୋଇଯାଇଛି, ଏବେ ଧିରେଧିରେ ସୁସ୍ଥ ହେଉଛି। ସମସ୍ତଙ୍କ ପ୍ରାର୍ଥନା ପାଇଁ, ନତମସ୍ତକ ହେଉଛି ମୋର ଫିଲିଂ।’ ଏହି ପୋଷ୍ଟ ପରେ ଫ୍ୟାନ୍‌ମାନେ ତାଙ୍କ ଉପରେ ପ୍ରତିକ୍ରିୟା ଦେଇ ଆରୋଗ୍ୟ କାମନା କରୁଛନ୍ତି।

ଛାତିରେ ଯନ୍ତ୍ରଣା ହେବା ଯୋଗୁ ସୁନୀଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ପରୀକ୍ଷା ପରେ ତାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଥିଲା। ପରେ ବ୍ଲକେଜ୍‌ ସମସ୍ୟା ଯୋଗୁ ସର୍ଜରୀ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୧୨ ଦିନ ଚିକିତ୍ସା ହେବା ପରେ ସେ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କୁ ତିନି ସପ୍ତାହ ଆରାମ କରିବାକୁ କୁହାଯାଇଛି।

Share