Categories: ଖେଳ

ଭାରତୀୟ ଖୋଖୋ ଦଳରେ ସୁନୀଲ

ବାଲେଶ୍ୱର,୯ା୧୦(ମାନସ ବିଶ୍ୱାଳ): ବାଲେଶ୍ୱରର ଖୋଖୋ ଖେଳାଳି ସୁନୀଲ ପାତ୍ର ଭାରତୀୟ ଖୋଖୋ ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ଆସନ୍ତା ୧୧ ତାରିଖରେ ଭାରତୀୟ ଦଳ ସହିତ ମାଲେସିଆ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ସଫଳତା ପାଇଁ ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର, ସାଧାରଣ ସମ୍ପାଦକ ଅଧୀପ ଦାସ, ଯୁଗ୍ମ ସମ୍ପାଦକ (ଖୋଖୋ) କାର୍ତ୍ତିକ ଚନ୍ଦ୍ର ନାୟକ ଓ ଯୁଗ୍ମ ସମ୍ପାଦକ ବିରେନ୍ଦ୍ର କୁମାର ସ୍ବାଇଁ, କୋଚ୍‌ ମଳୟ ରଞ୍ଜନ ବେହେରା ପ୍ରମୁଖ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ତାଲିମ ଶିବିରରେ ସନୀଲ ପ୍ରଶିକ୍ଷଣ ଗ୍ରହଣ କରି ଭାରତୀୟ ଖୋଖୋ ଦଳରେ ଯୋଗଦେବା ପାଇଁ ମନୋନୀତ ହୋଇଥିଲେ।

Share