Categories: ଖେଳ

ସୁନୀଲଙ୍କୁ ସଂଯୋଜକ ଦାୟିତ୍ୱ

ଭୁବନେଶ୍ୱର, ୪ା୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଲାଗି ପ୍ରସ୍ତୁତି ସକାଶେ ଆୟୋଜିତ ଜାତୀୟ ଫୁଟ୍‌ବଲ ଦଳର କୋଚିଂ କ୍ୟାମ୍ପ ପାଇଁ ସୁନୀଲ ମିତ୍ରଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ସୁନୀଲ ହେଉଛନ୍ତି ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ଜଣେ ସଦସ୍ୟ। ସେ ପୂର୍ବତଟ ରେଳପଥର ଜଣେ କର୍ମଚାରୀ। କୋଚିଂ କ୍ୟାମ୍ପ ଓଡ଼ିଶାରେ ମେ ୧୫ ରୁ ୨୮ ପର୍ଯ୍ୟନ୍ତ ହେବ। ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଆସନ୍ତା ଜୁନ୍‌ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବ। ସୁନୀଲଙ୍କ ଏହି ନୂଆ ନିଯୁକ୍ତିକୁ ନେଇ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଅନ୍ୟ କର୍ମକର୍ତ୍ତାଗଣ ଅଭିନନ୍ଦନ ଜଣାଇଛନ୍ତି।

Share