Categories: ଜାତୀୟ

ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ଼,୧୪।୫: ପଞ୍ଜାବ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବର ଶକ୍ତିଶାଳୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଜାଖଡ ସୋସିଆଲ ମିଡିଆ ଆକାଉଣ୍ଟରୁ ବାୟୋରୁ କଂଗ୍ରେସ ସହ ଜଡିତ ତାଙ୍କର ସମସ୍ତ ପରିଚୟକୁ ହଟାଇଦେଇଛନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁନୀଲ ଜାଖଡଙ୍କୁ ଅନିର୍ଦ୍ଧିିଷ୍ଟ କାଳ ପାଇଁ ସମସ୍ତ ପଦବୀରୁ ହଟାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିଲା। ସେହିଦିନଠାରୁ ଜାଖଡ ଅସନ୍ତୋଷ ରହିଥିଲେ। ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସର ବଳିଷ୍ଠ ନେତାଙ୍କ ମଧ୍ୟରେ ଜାଖଡଙ୍କୁ ଗଣାଯାଇଥିଲା। ଏକ ସମୟରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ତେବେ ଛୋଟ ମାନସିକତା ଥିବା ଲୋକମାନେ କଂଗ୍ରେସର ଉଚ୍ଚ ପଦବୀରେ ବସିଛନ୍ତି ବୋଲି ଜାଖଡ କହିଛନ୍ତି।

 

Share