ମନୋଜ ବାଜପେୟୀ ଜଣେ ଅଶାଳୀନ, ଅଭଦ୍ର ବ୍ୟକ୍ତି; ମୁଁ ତାଙ୍କୁ ଘୃଣା କରେ: ସୁନୀଲ ପାଲ୍‌

ବମ୍ବେ: ଅଶ୍ଳିଳ ଭିଡିଓ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହି ଖବର ଜଣାପଡ଼ିବା ପରେ ଅନେକ ସେଲିବ୍ରିଟି ଆଗକୁ ଆସି ନିଜର ମତ ରଖୁଛନ୍ତି। ଏହି କ୍ରମରେ ହାସ୍ୟ ଅଭିନେତା ସୁନୀଲ ପାଲ ଅଶ୍ଳିଳ ବିଷୟବସ୍ତୁ ଉପରେ କ୍ରୋଧ ପ୍ରକାଶ କରିବା ସହ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀଙ୍କୁ କଟାକ୍ଷ କରିଛନ୍ତି।

ଗଣମାଧ୍ୟମ ସହ ସାକ୍ଷାତକାରରେ ସୁନୀଲ ଓ୍ବେବ୍‌ସିରିଜ୍‌ ଏବଂ ଚଳଚ୍ଚିତ୍ର ଦ ଫ୍ୟାମିଲି ମ୍ୟାନ୍‌, ମିର୍ଜାପୁର ଆଦିକୁ ଟାର୍ଗେଟ କରିଛନ୍ତି। ଏସବୁ ପର୍ନ ବୋଲି ସେ କହିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସେନ୍ସରଶିପ୍‌ ନ ଥିବାରୁ ନିର୍ମାତାମାନେ ଏହାର ଫାଇଦା ଉଠାଉଛନ୍ତି। ସେମାନେ ଏଭଳି ଓ୍ବେବ୍‌ସିରିଜ୍‌ ନିର୍ମାଣ କରୁଛନ୍ତି ଯାହାକୁ ଘରେ ଦେଖାଯାଇପାରିବ ନାହିଁ। ଏଭଳି ଅଶ୍ଳିଳତା ବନ୍ଦ ହେବା ଉଚିତ। କେବଳ ଦେଖିଲେ ତାହା ପର୍ନ ହୋଇଯାଏ ନାହିଁ, ଚିନ୍ତାଧାରାର ମଧ୍ୟ ପର୍ନ ରହିଛି ବୋଲି ଯେ କହିଛନ୍ତି।

ଏହାଛଡ଼ା ମନୋଜଙ୍କ ବିଷୟରେ କଥା ହୋଇ ସେ କହିଛନ୍ତି, ତାଙ୍କ ଭଳି ତିନି ଚାରିଜଣ ଲୋକଙ୍କୁ ମୁଁ ଘୃଣା କରେ। ସେ ମହାନ ଅଭିନେତା ହୋଇଥାଇପାରନ୍ତି, ବଡ଼ ପୁରସ୍କାର ଜିତିଥାଇ ପାରନ୍ତି, ହେଲେ ସେ ଜଣେ ଅଶାଳୀନ ଏବଂ ଅଭଦ୍ର ବ୍ୟକ୍ତି। ବିଶ୍ୱ ମନୋଜଙ୍କୁ ରାଷ୍ଟ୍ରପତି ପୁରୁସ୍କାର ଦେଉଛି। ହେଲେ ଏହାର ପ୍ରତିବଦଳରେ ସେ କ’ଣ କରୁଛନ୍ତି ବୋଲଇ ସୁନୀଲ ପ୍ରଶ୍ନ ମଧ୍ୟ କରିଛନ୍ତି।

Share