Categories: ଖେଳ

ସୁନୀତାଙ୍କୁ ଦିଲୀପ ତିର୍କୀ ଫାଉଣ୍ଡେଶନର ସହାୟତା

ଭୁବନେଶ୍ୱର,୫ା୧୧(ସ୍ପୋଟର୍‌ସ ବ୍ୟୁରୋ): ଦିଲୀପ ତିର୍କୀ ସ୍ପୋଟର୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେଶନ୍‌ (ଡିଟିଏସ୍‌ଆରଡି) ଓ ହେଲ୍‌ଥ ଅନ୍‌ ଟପ୍‌ ପକ୍ଷରୁ ହକି ଖେଳାଳି ସୁନୀତା ଲୁଗୁନଙ୍କୁ ସହାୟତା କରାଯାଇଛି। ଶୈଶବରୁ ହକି ଖେଳୁଥିବା ସୁନୀତା ଜାତୀୟ ଦଳ ପାଇଁ ଖେଳିବାର ଲକ୍ଷ୍ୟ ରଖିଥିବା ବେଳେ ଆର୍ଥିକ ସ୍ଥିତି ତାଙ୍କ ସ୍ବପ୍ନକୁ ରୋକି ଦେଇଥିଲା। ଆର୍ଥିକ ଦୁଃସ୍ଥିତି କାରଣରୁ ତାମିଲନାଡୁ ଯାଇ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଡିଟିଏସ୍‌ଆରଡି ଓ ହେଲ୍‌ଥ ଅନ୍‌ ଟପ୍‌ ପକ୍ଷରୁ ସୁନୀତାଙ୍କୁ ଆର୍ଥତ୍କ ସହାୟତା ସହିତ ଏକ ହକି କିଟ୍‌ ପ୍ରଦାନ କରାଯାଇଥିଲା। ଡିଟିଏସ୍‌ଆରଡି ସଭାପତି ଦିଲୀପ ତିର୍କୀ ସୁନୀତାଙ୍କୁ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଟିଏସ୍‌ଆରଡି ମହାସଚିବ ଦିବାକର ପରିଚ୍ଛା, ପରିଚାଳନା ନିର୍ଦ୍ଦେଶକ ପ୍ରାଇମ୍‌ ଅଭିଳାଷଙ୍କ ସହିତ ହେଲ୍ଥ ଅନ୍‌ ଟପ୍‌ ସିଇଓ ଗୌରବ ରାଲହାନ୍‌ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଚଳିତ ରାଜ୍ୟସ୍ତରୀୟ ମହିଳା ହକି ଚାମ୍ପିୟନଶିପରେ ସୁନୀତା ସମ୍ବଲପୁର ଦଳର ନେତୃତ୍ୱ ନେଇଥିଲେ।

Share