ମହାକାଶରେ ଫସିଛନ୍ତି ସୁନୀତା

ଓ୍ବାଶିଂଟନ୍‌,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି। ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍‌ଏସ୍‌ ଅଭିମୁଖେ ତୃତୀୟ ଥର ଯାତ୍ରା କରି ଇତିହାସ ରଚିଥିଲେ। ବୋଇଂର ୮ ଦିନିଆ କ୍ରିଉ ଫ୍ଲାଇଟ୍‌ ଟେଷ୍ଟ ମିଶନରେ ତାଙ୍କ ସହ ୬୧ ବର୍ଷୀୟ ମିଶନ କମାଣ୍ଡର ବୁଚ୍‌ ମଧ୍ୟ ଯାତ୍ରା କରିଥିଲେ। ଏହା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୋଇଂ ଷ୍ଟାରଲାଇନର କ୍ରିଉ ଫ୍ଲାଇଟ୍‌ ଟେଷ୍ଟ (ସିଏଫ୍‌ଟି)ର ପ୍ରଥମ ମିଶନ। ବୋଇଂ ଡିଫେନ୍ସ, ସ୍ପେସ୍‌ ଆଣ୍ଡ୍‌ ସିକ୍ୟୁରିଟି ପ୍ରେସିଡେଣ୍ଟ ତଥା ସିଇଓ ଟେଡ୍‌ କୋଲ୍‌ବର୍ଟ ଏହାକୁ ଏକ ନୂଆଯୁଗର ଅୟମାରମ୍ଭ ବୋଲି ଅଭିହିତ କରିବା ସହ ମିଶନର ସଫଳତା ପରେ ଆଗକୁ ମହାକାଶଚାରୀମାନେ ସୁରକ୍ଷିତ ଭାବେ ସ୍ପେସ୍‌ ଷ୍ଟେଶନକୁ ଯାଇ ଫେରିପାରିବେ ବୋଲି କହିଥିଲା। ସୁନୀତା ଓ ବୁଚ୍‌ ପ୍ରଥମେ ଜୁନ୍‌ ୧୪ରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା। ପରେ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରତ୍ୟାବର୍ତ୍ତନ ତାରିଖ ୨୬କୁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଦୁଇ ମହାକାଶ ଯାତ୍ରୀ କେବେ ଫେରିବେ ସେନେଇ ନାସା ଓ ବୋଇଂ କିଛି କହିପାରୁ ନାହାନ୍ତି। ସେମାନଙ୍କ ସ୍ପେସ୍‌କ୍ରାଫ୍ଟରେ ଇନ୍ଧନ ସରି ଆସୁଥିବାବେଳେ ସ୍ପେସ୍‌ ଷ୍ଟେଶନ୍‌ ନିକଟରେ ରୁଷିଆର ଏକ ସେବାନିବୃତ୍ତ ସାଟେଲାଇଟ୍‌ ଅନେକ ଆଷ୍ଟ୍ରୋନଟ୍‌ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଆମେରିକୀୟ ସ୍ପେସ୍‌ କମାଣ୍ଡ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ ପ୍ରାୟ ୧,୦୦୦ ମେଟ୍ରିକ୍‌ ଟନ୍‌ ଓଜନର ରସର୍ସ-ପି୧ ବୁଧବାର ପୃଥିବୀର ନିମ୍ନକକ୍ଷରେ ଭାଙ୍ଗିଯିବାରୁ ଏହାର ଶତାଧିକ ଭଗ୍ନାବଶେଷ ମହାକାଶରେ ଉଡ଼ୁଛି। ଏଭଳି ସମୟରେ ମହାକାଶଯାନରେ ହିଲିୟମ୍‌ ଲିକ୍‌ ଆହୁରି ଚିନ୍ତା ବଢ଼ାଇଦେଇଛି। ଏହି ଘଟଣାକ୍ରମ ପରେ ମହାକାଶଚାରୀମାନେ ଆଇଏସ୍‌ଏସ୍‌ରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିବା ନାସାର ସ୍ସେସ୍‌ ଷ୍ଟେଶନ୍‌ ଅଫିସ୍‌ କହିଛି। ତେବେ ଆବଶ୍ୟକ ହେଲେ ସ୍ସେସ୍‌କ୍ରାଫ୍ଟ ସୁନୀତା ଓ ଓ୍ବିଲ୍‌ମୋରଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିବାକୁ ସକ୍ଷମ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି।
କେବଳ ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେସେକ୍ସ ମହାକାଶ ଯାତ୍ରୀଙ୍କୁ ସ୍ସେସ୍‌ ଯାତ୍ରା କରାଇବାରେ ସକ୍ଷମ ହୋଇଥିଲା। ଏଭଳି ମିଶନରେ ସାମିଲ ହେବାରେ ବୋଇଂ ହେଉଛି ଆମେରିକୀୟ ସ୍ସେସ୍‌ ସେକ୍ଟରରେ ଦ୍ୱିତୀୟ ଘରୋଇ କମ୍ପାନୀ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ଘୂରି ବୁଲୁଛି ବ୍ରିଟେନ ରାଜନୀତି, ସୁନକଙ୍କ ବ୍ୟତୀତ ବିରୋଧୀ ନେତା ବି କରୁଛନ୍ତି ପୂଜାର୍ଚ୍ଚନା

ଲଣ୍ଡନ,୧।୭: ବ୍ରିଟେରେ ସାଧାରଣ ନିର୍ବାଚନ ପାଇଁ ଭୋଟ ତିନି ଦିନ ପରେ ଅର୍ଥାତ୍‌ ୪ ଜୁଲାଇରେ ଅନୁଷ୍ଠିତ ହେବ । କଞ୍ଜରଭେଟିଭ ପାର୍ଟି ବର୍ତ୍ତମାନ ବ୍ରିଟେନରେ...

୩୪ ବର୍ଷ ପୂର୍ବେ ୩୬୭ ଯାତ୍ରୀ ଥିଲେ ବନ୍ଧକ, ଏବେ ହେଲା ମାମଲା ରୁଜୁ

କୁଏତ୍‌,୧ା୭: ୧୯୯୦ରେ ବ୍ରିଟିଶ ଏୟାରଓ୍ବେଜ ବିମାନର ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କୁଏତରେ ବନ୍ଦୀ ହୋଇଥିଲେ। ବର୍ତ୍ତମାନ ବିମାନର ଯାତ୍ରୀମାନେ ବ୍ରିଟେନ ସରକାର ଏବଂ ବିମାନ...

ଟ୍ରମ୍ପ୍‌ ରାଷ୍ଟ୍ରପତି ହେଲେ ପୂର୍ଣ୍ଣକଳୀନ ଫାଷ୍ଟ ଲେଡି ହେବେନି ମେଲାନିଆ

ନୂଆଦିଲ୍ଲୀ,୧ା୭: ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ଆଉ ଥରେ ଆମେରିକାର ରାଷ୍ଟ୍ରପତି ହେଲେ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ଙ୍କୁ...

ବାଇଡେନ୍‌ ଓହରିଲେ କିଏ ହେବେ: ରାଷ୍ଟ୍ରପତିଙ୍କ ଉପରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଚାପ

ନୂଆଦିଲ୍ଲୀ,୧ା୭: ଆମେରିକା ପ୍ରେସିଡେନ୍ସିଆଲ ଡିବେଟ୍‌ରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦୁର୍ବଳ ପ୍ରଦର୍ଶନ ଡେମୋକ୍ରାଟ୍ସଙ୍କ ମଧ୍ୟରେ ପରାଜୟର ଭୟ ସୃଷ୍ଟି କରିଛି। ୨୦୨୪ ନଭେମ୍ବରରେ ହେବାକୁ...

ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ

ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ...

ବିବାହ ପାର୍ଟିରେ ଗୁଳିମାଡ, ଜଣେ ମୃତ ୫ ଆହତ

ପ୍ୟାରିସ,୩୦।୬: ଉତ୍ତର-ପୂର୍ବ ଫ୍ରାନ୍ସର ଏକ ବିବାହ ଉତ୍ସବରେ ଅଜ୍ଞାତ ମାସ୍କ ବନ୍ଧୁକଧାରୀମାନେ ହଠାତ୍‌ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ...

ସୁପ୍ରିମକୋର୍ଟରେ ପହଞ୍ଚିଲା ଇମ୍ରାନଙ୍କ ନିର୍ବାଚନୀ ଚିହ୍ନ

ଇସଲାମାବାଦ,୩୦ା୬: ସାଧାରଣ ନିର୍ବାଚନ ପାଇଁ ଦଳର ‘ବ୍ୟାଟ୍‌’ ଚିହ୍ନ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ସୁପ୍ରିମକୋର୍ଟଙ୍କୁ ଏହାର ସମୀକ୍ଷା ଆବେଦନ...

ଗାଜାରେ ଇସ୍ରାଏଲର ଆକ୍ରମଣ, ଇରାନକୁ ବି ଚେତାବନୀ

ଜେରୁଜେଲମ୍‌,୩୦ା୬: ଇସ୍ରାଏଲ ହମାସ୍‌ ଉପରେ ଆକ୍ରମଣ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ୪୦ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri