ମହାକାଶରେ ୧୬ ଥର ନବବର୍ଷ ପାଳିବେ ସୁନୀତା

ଓ୍ବାଶିଂଟନ, ୧।୧:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ‘ଏକ୍ସପେଡିଶନ ୭୨’ ମିଶନର କ୍ରିଉ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରେ ୧୬ଥର ନୂଆବର୍ଷ ପାଳନ କରିବେ। ଜାନୁଆରୀ ୧ରେ ସେମାନେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଦେଖି ନୂଆବର୍ଷକୁ ଅନୁଭବ କରିବେ। ସୁନୀତାଙ୍କ ନେତୃତ୍ୱରେ ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟମାନେ ଏବେ ଆଇଏସ୍‌ଏସ୍‌ରେ ୪୦୦ କିଲୋମିଟର ଉଚ୍ଚତାରେ ରହିଛନ୍ତି। ଆଇଏସ୍‌ଏସ୍‌ ହାରାହାରି ୯୦ ମିନିଟ ଅବଧିରେ ପୃଥିବୀ ପରିକ୍ରମା କରୁଛି। ତେଣୁ ସୁନୀତା ଏବଂ ସାଥୀ ମହାକାଶଚାରୀମାନେ ନୂଆବର୍ଷରେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ସକ୍ଷମ ହେବେ। ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟଙ୍କ ନୂଆ ବର୍ଷ ପାଳନ ନିମନ୍ତେ ନାସା ପକ୍ଷରୁ ପୃଥିବୀରୁ ଆଇଏସ୍‌ଏସ୍‌କୁ ସ୍ବତନ୍ତ୍ର ଖାଦ୍ୟ ପଠାଯାଇଛି। ସୁନୀତା ଓ ସାଥୀ ମହାକାଶଚାରୀ ଭିଡିଓ କଲ୍‌ ମାଧ୍ୟମରେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଯୋଡ଼ିହୋଇ ନୂଆବର୍ଷ ସେଲିବ୍ରେଶନରେ ସାମିଲ ହେବେ। ପ୍ରକାଶ ଯେ, ଜୁନ୍‌ ୨୦୨୪ରେ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲମୋରଙ୍କ ସହ ସୁନୀତା ୮ ଦିନିଆ ମିଶନରେ ଆଇଏସ୍‌ଏସ୍‌କୁ ଯାଇଥିଲେ। ତେବେ ବୋଇଂର ଷ୍ଟାର୍‌ଲାଇନର କ୍ୟାପ୍‌ସୁଲରେ ବୈଷୟିକ ତ୍ରୁଟି ଦେଖାଯିବା ହେତୁ ପ୍ରାୟ ୭ ମାସ ହେବ ଉଭୟ ଆଇଏସ୍‌ଏସ୍‌ରେ ଫସି ରହିଛନ୍ତି। ‘କ୍ରିଉ-୯’ ମିଶନ ଲଞ୍ଚିଂରେ ବିଳମ୍ବ ଘଟିଥିବାରୁ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସୁନୀତା ଓ ବୁଚ୍‌ଙ୍କୁ ପୃଥିବୀ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ନାସା ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର...

ସିରିଆ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

ତେଲ ଅଭିଭ,୩।୧: ଗୁରୁବାର ରାତିରେ ଇସ୍ରାଏଲ ସିରିଆର ଅଲେପ୍ପୋ ସହରର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ସିରିଆ ସେନା ଶିବିର ଉପରକୁ ବୋମା ମାଡ଼ କରିଥିଲା। ସିରିଆ...

‘ଘରେ ପଶି ମାରୁଛି ଭାରତ’, ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ

ଇସଲାମାବାଦ/ନୂଆଦିଲ୍ଲୀ,୩।୧: ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ...

ବାଇଡେନଙ୍କ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଥିଲେ ମୋଦି: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଓ୍ବାଶିଂଟନ୍‌,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି...

ବିଲ୍ଡିଂରେ ମାଡ଼ ହୋଇ କ୍ରାଶ୍‌ ହେଲା ବିମାନ: ୨ ମୃତ, ୧୮ ଆହତ

କାଲିଫର୍ନିଆ,୩।୧: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବ୍ୟବସାୟିକ ବିଲ୍ଡିଂରେ ବିମାନ ମାଡ଼ ହୋଇ କ୍ରାଶ୍‌ ହୋଇଛି। ଏହି...

ହସ୍ପିଟାଲ୍‌ରେ ଭିଡ଼,ଶ୍ମଶାନଘାଟରେ ନାହିଁ ଜାଗା: କରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍‌

ବେଜିଂ,୩।୧:୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଆଉ ଏକ ବିପଜ୍ଜନକ ଭାଇରସ୍‌ ମାଡ଼ିବାରେ ଲାଗିଛି। ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି)ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।...

ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ-ବାଂଲାଦେଶ, ଜଣେ ଅନ୍ୟଦେଶକୁ…

ଢାକା/ନୂଆଦିଲ୍ଲୀ,୩।୧: ଭାରତ ଗୁରୁବାର ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି...

ନୂଆବର୍ଷ ଆରମ୍ଭରେ ଆମେରିକାରେ ଖେଳିଗଲା ଆତଙ୍କ

ନ୍ୟୁଅର୍ଲିନ୍ସ/ଲାସ୍‌ଭେଗାସ୍‌/ଓ୍ବାଶିଂଟନ୍‌,୩ା୧:୨୦୨୫ ଜାନୁଆରୀ ୧ ସମୟ ଭୋର ୩ଟା ୧୫। ନବବର୍ଷ ପାଳନରେ ଆମେରିକୀୟମାନେ ମସ୍‌ଗୁଲ ଥିବାବେଳେ ନ୍ୟୁଅର୍ଲିନ୍ସର ବରବୋନ୍‌ ରାସ୍ତା ଉପରେ ଦ୍ରୁତଗତିରେ ମାଡ଼ିଆସିଥିଲା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri