ବିଳମ୍ବ ହେବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌, ୧୪।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥୀ ନାସା ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋରଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବିତ ହୋଇଛି। ଉଭୟଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍‌ ଏକ୍ସ’ର ‘କ୍ରିଉ ୧୦ ମିଶନ’କୁ ଆମେରିକୀୟ ସମୟ ବୁଧବାର ସାରେ ଫ୍ଲୋରିଡାସ୍ଥିତ ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରରୁ ସ୍ପେସ୍‌ ଏକ୍ସ’ର ଫାଲ୍‌କନ୍‌ ୯ ରକେଟ ଯୋଗେ ଲଞ୍ଚିଂ କରାଯିବାର ଥିଲା। ତେବେ ଏହି ଲଞ୍ଚିଂର ଠିକ୍‌ ପୂର୍ବରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯିବାକୁ ଥିବା ଫାଲ୍‌କନ୍‌ ୯ ରକେଟର ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ୍‌ ଆର୍ମ ସହ ହାଇଡ୍ରୋଲିକ ସିଷ୍ଟମରେ ସମସ୍ୟା ଦେଖାଯିବା ଯୋଗୁ କ୍ରିଉ ୧୦ ମିଶନର ଲଞ୍ଚିଂକୁ ସାମୟିକ ସ୍ଥଗିତ ରଖାଯାଇଛି ବୋଲି ନାସା କହିଛି। ଖୁବ୍‌ଶୀଘ୍ର ମିଶନ ଲଞ୍ଚିଂର ନୂତନ ତାରିଖ ଘୋଷଣା କରାଯିବ। ତେବେ ଆମେରିକୀୟ ସମୟ ଶୁକ୍ରବାର ସାରେ କ୍ରିଉ ୧୦ ମିଶନକୁ ଲଞ୍ଚିଂ କରିବା ପାଇଁ ନାସା ଯୋଜନା ରଖିଛି। ଯଦି ଏହା ସଫଳ ହୁଏ, ତେବେ ମାର୍ଚ୍ଚ ୧୯ ପରେ ସୁନୀତା ଓ ବୁଚ୍‌ ଆଇଏସ୍‌ଏସ୍‌ ଛାଡ଼ିବେ।