ରିଲିଜ ପୂର୍ବରୁ ବିବାଦ ଘେରରେ ସନ୍ନି-ଅମିଷାଙ୍କ ଫିଲ୍ମ ‘ଗଦର ୨’

ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର ୨’ର ଶୁଟିଂ ଚାଲିଛି। ଯେଉଁଠାରେ ସେଟରୁ ଲଗାତାର ଭାବେ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ନେଇ ଲୋକଙ୍କ ଉତ୍ସାହ ଆହୁରି ବଢାଇଦେଇଛି। ବର୍ତ୍ତମାନ ଏହି ସମୟରେ ସନ୍ନି ଏବଂ ଅମିଷାଙ୍କ ଏକ କ୍ଲିପ ସାମ୍ନାକୁ ଆସିଛି। ଯାହା ଏକ ବିବାଦ ସୃଷ୍ଟି କରିଛି। ଏହି କ୍ଲିପ୍‌ରେ ସନ୍ନି ଦେଓଲ ଏବଂ ଅମିଷା ପଟେଲ ଗୁରୁଦ୍ୱାରରେ ରୋମାଣ୍ଟିକ ସିନ୍‌ କରୁଥିବା ନଜର ଆସିଛନ୍ତି। ସେବେଠାରୁ ଏହାକୁ ନେଇ ଏକ ବିବାଦ ଦେଖାଦେଇଛି।

ଏହି ଭିଡିଓ ଉପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ୍‌ଜିପିସି) ପ୍ରତିକ୍ରିୟା ରଖି ଏହାକୁ ସମାଲୋଚନା କରିଛି। ଏହା ସହିତ ଜିପିସି ସାଧାରଣ ସମ୍ପାଦକ ଗୁରୁଚରଣ ସିଂ ଗ୍ରୋବାଲ ମଧ୍ୟ ଏଥିପାଇଁ ଅଭିନେତା ସନ୍ନି ଦେଓଲଙ୍କ ଉପରେ ବର୍ଷିଛନ୍ତି।

ରିପୋର୍ଟ ଅନୁଯାୟୀ ଗୁରୁଦ୍ୱାର ସାହେବଙ୍କ ଭିତରେ ଏହି ଦୃଶ୍ୟର ଶୁଟିଂକୁ ସେ ଦୃଢ ବିରୋଧ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ବିବାଦ ଏବଂ ଆପତ୍ତି ଉଠିବା ପରେ ଗଦର ନିର୍ଦ୍ଦେଶକ ଅନିଲ ଶର୍ମା ଏହା ଉପରେ ସ୍ପଷ୍ଟ କରି ଟୁଇଟ କରି କହିଛନ୍ତି, ମୁଁ ଆମ ଚଳଚ୍ଚିତ୍ର ଗଦରର ଏକ ଦୃଶ୍ୟର ଲିକ ଫୁଟେଜ ଉପରେ କହିବାକୁ ଚାହେଁ, ଯାହା ନିକଟରେ ଗୁରୁଦ୍ୱାରର ବାହାର ପ୍ରାଙ୍ଗଣରେ ଘଟିଥିଲା। ମୁଁ କେବଳ ଜୋର ଦେବାକୁ ଚାହୁଁଛି ଯେ ମୋର ଦଳ ଏବଂ ମୋର ଧାର୍ମିକ ଭାବନା ପ୍ରତି ଅତ୍ୟଧିକ ସମ୍ମାନ ଅଛି ଏବଂ ଆମେ ସେମାନଙ୍କର ପବିତ୍ରତା ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ମୁଁ ପୂର୍ବରୁ କରିଥିବା ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ଏହାକୁ ଧ୍ୟାନରେ ରଖିଛି। ଆଗକୁ ମଧ୍ୟ ରଖିବି।

Share