କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ଅଭିନେତା, ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ କାର…

ବମ୍ବେ: ହିନ୍ଦି ସିନେମାର ଅନେକ ଅଭିନେତା ଦର୍ଶକଙ୍କ ମନରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସନି ଦେଓଲ ଜଣେ। ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ ହେଲେ ହେଁ ତାଙ୍କ ଅଭିୟୟ ସବୁଠାରୁ ଭିନ୍ନ। ଏବେ ଫିଲ୍ମରେ ବେଶି ନଜର ଆସୁ ନ ଥିଲେ ହେଁ ନିର୍ମାତା ଭାବେ ନିଜକୁ ପ୍ରମାଣିତ କରୁଛନ୍ତି। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବା ବେଳେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ସନିଙ୍କ ସମ୍ପତ୍ତି ଏବଂ ଜୀବନ ବିଷୟରେ କିଛି ଅଜଣା କଥା:-

ସନି ମୋଟ ୧୬ ମିଲିୟନ ଡଲାର ସମ୍ପତ୍ତିର ମାଲିକ। ଭାରତୀୟ ମୁଦ୍ରାରେ ଦେଖିଲେ ପ୍ରାୟ ୧୨୦ କୋଟି ଟଙ୍କା ସେ ରୋଜଗାର କରିଛନ୍ତି। ଫିଲ୍ମ ସହ ବିଭିନ୍ନ ବିଜ୍ଞାପନରୁ ସେ ମୋଟା ଅଙ୍କର ପାଉଣା ନେଉଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୪୦% ଆହୁରି ବଢ଼ିପାରେ।

ମୁମ୍ବାଇର ବିଲେ ପାର୍ଲେ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ଭବ୍ୟ ବଙ୍ଗଳା ରହିଛି। ଏହାର ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା। ଏହାଛଡ଼ା ସନିଙ୍କ ପାଖରେ ଅନେକ ସମ୍ପତ୍ତି ଏବଂ ଦାମୀ ଗାଡ଼ି ରହିଛି। ଫିଲ୍ମ ପିଛା ୫-୬ କୋଟି ଟଙ୍କା ସହ ଲାଭର ଏକ ଅଂଶ ଚାର୍ଜ କରିଥାନ୍ତି। ସେ ବିଜ୍ଞାପନ ଲାଗି ପାଖାପାଖି ୨ କୋଟି ଟଙ୍କା ନେଇଥାନ୍ତି। ସମାଜ ସେବା ଦିଗରେ ମଧ୍ୟ କାମ କରିଥାନ୍ତି ସନି। ଦେଶରେ ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ବ୍ୟକ୍ତିଙ୍କ ତାଲିକାରେ ସେ ଅଛନ୍ତି।

ଦେଶ ତଥା ବିଦେଶରେ ସନିଙ୍କ ବହୁତ ପ୍ରଶଂସକ ଅଛନ୍ତି। ଅଭିନେତାଙ୍କ ଅଧିକାଂଶ ଫିଲ୍ମ ହିଟ୍‌ ହେବା ସହ ବହୁତ ରୋଜଗାର କରିଥାଏ। ୨୦୦୧ରେ ତାଙ୍କର ଫିଲ୍ମ ‘ଗଦର: ଏକ ପ୍ରେମ କଥା’ ବ୍ଲକ୍‌ବଷ୍ଟର ହୋଇଥିଲା। ଖୁବ୍‌ଶୀଘ୍ର ଏହାର ସିକୁଏଲ୍‌ ଆସିବାକୁ ଯାଉଛି।

Share