‘ବର୍ଡର-୨’କୁ ନେଇ ସଫେଇ ଦେଲେ ସନ୍ନି ଦେଓଲ

‘ଗଦର ୨’ ବକ୍ସ ଅଫିସରେ ସିପରହିଟ୍‌ ହେବାପରେ ସନ୍ନି ଦେଓଲ ପୁଣି ଥରେ ଏକ ଆକ୍ସନ ଅବତାରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ବର୍ଡର-୨’ରେ ତାଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି। କିନ୍ତୁ ସନ୍ନି ଦେଓଲ ଏହି ସମସ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ ଶେୟାର କରି ସନ୍ନି ‘ବର୍ଡର ୨’ କିମ୍ବା ଅନ୍ୟ କୌଣସିି ଫିଲ୍ମ ସାଇନ୍‌ ଖବରକୁ ଅସ୍ବୀକାର କରିଛନ୍ତି। ତେବେ ସେ କିଛି ବଡ କରିବା ଦିଗରେ ସୂଚିତ କରିଛନ୍ତି।
ସନ୍ନି ଲେଖିଛନ୍ତି- ମୁଁ କିଛି ଫିଲ୍ମରେ ସାଇନ୍‌ କରିଥିବା ଚର୍ଚ୍ଚା ହେଉଛି। ମୁଁ କହିବାକୁ ଚାହେଁ ଯେ ଏହି ସମୟରେ ମୁଁ କେବଳ ଗାଦର ୨ ଉପରେ ଧ୍ୟାନ ଦେଉଛି ଏବଂ ମୁଁ ସମସ୍ତଙ୍କ ଭଲ ପାଇବା ପାଇଛି। ମୁଁ କୌଣସି ଫିଲ୍ମରେ ସାଇନ୍‌ କରିନାହିଁ ଏବଂ ଠିକ ସମୟରେ କିଛି ବିଶେଷ ଘୋଷଣା କରିବ। ସେପର୍ଯ୍ୟନ୍ତ ଗଦର ୨କୁ ଭଲ ପାଇବା ଜାରି ରଖନ୍ତୁ।

Share