ଗୁରୁଦାସପୁର,୨।୧୨: ଗୁରୁଦାସପୁର ଏମ୍ପି ସନ୍ନି ଦେଓଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ବୁଧବାର ସନ୍ନି ଟୁଇଟ୍ କରି ଜଣାଇଛନ୍ତି। ସେ ଏବେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ସହିତ ମିଳାମିଶା କରି ଲୋକେ ଶୀଘ୍ର କରୋନା ପରୀକ୍ଷା କରାଇନେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। କିଛି ଦିନ ତଳେ ସନ୍ନିଙ୍କର କାନ୍ଧ ଅପରେଶନ୍ ମୁମ୍ବାଇର ଏକ ହସ୍ପିଟାଲରେ ହୋଇଥିଲା। ଏହାପରେ ସେ କୁଲ୍ଲୁ ଜିଲାର ମନାଲି ନିକଟରେ ଫାର୍ମ ହାଉସ୍ରେ ରହିଥିଲେ। ମଙ୍ଗଳବାର ହିମାଚଳପ୍ରଦେଶ ସ୍ବାସ୍ଥ୍ୟ ସଚିବ ଅଭିତାଭ ଅଓ୍ବସ୍ତି ସନ୍ନିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ସୂଚନା ଦେଇଥିଲେ।