ପ୍ରଥମ ଦିନରେ ୪୦ କୋଟି ଆୟ କଲା ‘ଗଦର-୨’ , ଫିଲ୍ମକୁ ନେଇ ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ‘ଗଦର-୨’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଯାହାକୁ ନେଇ ସବୁଆଡେ ଆଲୋଚନା ହୋଇଛି। ‘ଗଦର’ର ପ୍ରଶଂସକମାନେ ଏହାର ସିକ୍ୱେଲକୁ ନେଇ ବହୁତ ଉତ୍ସାହିତ ଥିଲେ। ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ୍‌ ହେବା ପରେ ଏହା ମଧ୍ୟ ବହୁତ ଭଲ ପାଇବା ପାଇଛି। ଅଭିନେତା ସଲମାନ ଖାନ ‘ଗଦର-୨’ ର ଭରି ଭରି ପ୍ରଶଂସା କରିଛନ୍ତି। ଏଥିସହିତ ‘ଗଦର-୨’ ର ପ୍ରଥମ ଦିନର ବକ୍ସ ଅଫିସ ସଂଗ୍ରହ ବିଷୟରେ ମଧ୍ୟ ଏକ ଅପ୍‌ଡେଟ ଦେଇଛନ୍ତି। ପୋଷ୍ଟର ଶେୟାର କରି ଲେଖିଛନ୍ତି, ଅଢେଇ କିଲୋର ହାଥ ୪୦ କୋଟି ଓପନିଙ୍ଗ୍‌ ସହିତ ସମାନ। ସନି ପାଜି ଜବରଦସ୍ତ। ‘ଗଦର-୨’ର ସମଗ୍ର ଦଳକୁ ଅଭିନନ୍ଦନ। ରିପୋର୍ଟ ଅନୁଯାୟୀ, ‘ଗଦର-୨’ ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପ୍ରଥମ ଦିନରେ ୪୦ରୁ ୪୫ କୋଟି ଟଙ୍କା ରୋଜଗାର କରିଥିବା ଆକଳନ କରାଯାଉଛି।

 

Share