ଏବେ ବି ଫିଟ୍‌ ଅଛନ୍ତି ଅଭିନେତା ସନ୍ନି ଦେଓଲ: ଏଥିପାଇଁ ପ୍ରତିଦିନ କରିଥାନ୍ତି ଏମିତି କିଛି…

ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସନ୍ନି ଦେଓଲ। ଖୁବ୍‌ ଶୀଘ୍ର ସେ ୬୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। ହେଲେ ଏବେ ବୟସରେ ବି ସେ ପୁରା ଫିଟ୍‌ ଅଛନ୍ତି। ଫିଟ୍‌ ରହିବା ପାଇଁ ସନ୍ନି ପ୍ରତିଦିନ ବ୍ୟାୟାମ କରିଥାନ୍ତି। ପ୍ରତି ୨ ଘଣ୍ଟାରେ ଥରେ ସେ କିଛି ନା କିଛି ଖାଦ୍ୟ ଖାଇଥାନ୍ତି। ସନ୍ନିି ଫିଟ୍‌ ରହିବାର ସବୁଠାରୁ ବଡ଼ ସିକ୍ରେଟ୍‌ ହେଉଛି, ସେ କେବେ ହେଲେ ମଦ କିମ୍ବା ସିଗାରେଟ ଛୁଇଁ ନ ଥାନ୍ତି। ନିଜକୁ ଫିଟ୍‌ ରଖିବା ହେଉଛି ତାଙ୍କର ପ୍ରଥମ ପ୍ରାଥମିକତା। ମାତ୍ର ତାଙ୍କର ପିଠି ସମସ୍ୟା ଥିବାରୁ ସେ ଓଜନ ଉଠାଇବା ଠାରୁ ଦୂରେଇ ରୁହନ୍ତି। ପ୍ରତିଦିନ ସନି ୧ ଘଣ୍ଟା ଟେବୁଲ ଟେନିସ ଖେଳିଥାନ୍ତି। ଖାଦ୍ୟରେ ସେ ଭେଜ୍‌ ପସନ୍ଦ କରିରୁଥିବା ବେଳେ ନନ୍‌ଭେଜ୍‌ରେ କେବଳ ଚିକେନ ଖାଇଥାନ୍ତି। ସନୀଙ୍କର ପସନ୍ଦର ତରକାରୀ ହେଉଛି ଆଳୁ, କୋବି। ଏକ ସାକ୍ଷାତକାରେ ସନି ଏସବୁ କଥା କହିଥିଲେ ।

Share