ନିର୍ମାତାଙ୍କୁ ବଡ ଝଟକା: ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌

ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ଆଜି ସିନେମା ଘରେ ରିଲିଜ୍‌ ହୋଇଛି। ଓପନିଙ୍ଗ୍‌ ଡେ’ରେ ‘ଗଦର-୨’କୁ ନେଇ ପ୍ରଶଂସକଙ୍କ ଭଲ ପ୍ରତିକ୍ରିୟା ଆସିଛି। ତେବେ ‘ଗଦର-୨’ ବକ୍ସ ଅଫିସରେ ସପ୍ତାହକ ସୁଦ୍ଧା ୧୦୦ କୋଟି କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ତଥାପି, ଏସବୁ ମଧ୍ୟରେ ଏକ ଖବର ଏହି ଚଳଚ୍ଚିତ୍ରର ସଫଳତାକୁ ମନ୍ଥର କରିପାରେ। ବାସ୍ତବରେ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର-୨’ ରିଲିଜ ହେବାର ମାତ୍ର କିଛି ଘଣ୍ଟା ପରେ ଅନ୍‌ଲାଇନରେ ଲିକ୍‌ ହୋଇଛି ଏବଂ ଏହାକୁ ମାଗଣାରେ ଡାଉନଲୋଡ କରାଯାଇପାରିବେ। ଏହି ଖବର ନିର୍ମାତାଙ୍କୁ ଏକ ବଡ ଝଟକା ଦେଇଛି।

ସନ୍ନି ଦେଓଲଙ୍କ ଫିଲ୍ମ ମାଗଣାରେ ଦେଖିବା ଏବଂ ଡାଉନଲୋଡ କରିବା ପାଇଁ ଏଚ୍‌ଡି ଭର୍ସନ ଅନେକ ସାଇଟରେ ଅନ୍‌ଲାଇନରେ ଉପଲବ୍ଧ। ତାମିଲ୍ରୋକର୍ସ, ଟେଲିଗ୍ରାମ, ଫିଲ୍ମିଜିଲା, ମୁଭିିରୁଲଜ ଏବଂ ଅନ୍ୟାନ୍ୟ ଅନେକ ଟୋରେଣ୍ଟ ସାଇଟରେ ‘ଗଦର-୨’ ଉପଲବ୍ଧ।

Share