Categories: ଜାତୀୟ

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ ସମୁଦ୍ର ମଧ୍ୟରେ ସେ ଏକ ଖୋଲା ଜିପ୍‌ରେ ଆସି ଭାଜପା ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ସୂଚନାଯୋଗ୍ୟ, ସନ୍ନିଙ୍କ ରାଜନୀତି ପ୍ରବେଶକୁ ନେଇ ଭାଜପା ତାଙ୍କଠାରୁ ଅନେକ କିଛି ଆଶା ରଖିଛି। ଏଥର ଗୁରୁଦାସପୁର ଆସନରୁ ସେ ନିର୍ବାଚନ ଲଢୁଥିବା ପ୍ରକାଶ।

Share