ନିଲାମ ହେଉଛି ସନ୍ନି ଦଓ୍ବେଲଙ୍କ ବଙ୍ଗଳା!

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦଓ୍ବେଲଙ୍କ ଜୁହୁରେ ଥିବା ଘର ନିଲାମ ହୋଇପାରେ। ଏହି ବଙ୍ଗଳା ନିଲାମର ଇ-ନିଲାମ ବିଜ୍ଞପ୍ତି ଆଜିର ଖବରକାଗଜରେ ବ୍ୟାଙ୍କ ଅଫ ବରୋଦା ଦ୍ୱାରା ପ୍ରକାଶ କରାଯାଇଛି। ସନ୍ନି ଦଓ୍ବେଲଙ୍କ ଉପରେ ଏକ ଅଭିଯୋଗ ରହିଛି ଯେ ସେ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଥିଲେ, ଯାହାକୁ ସେ ଫେରସ୍ତ କରିପାରି ନ ଥିଲେ।

ଋଣ ପାଇଁ ସନ୍ନି ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ନିଜ ଘର ଯାହାର ନାମ ‘ସନି ଭିଲ୍ଲା’ ବନ୍ଧକ ଦେଇଥିଲେ। ଏହା ବଦଳରେ ତାଙ୍କୁ ବ୍ୟାଙ୍କକୁ ପ୍ରାୟ ୫୬ କୋଟି ଟଙ୍କା ଦେବାକୁ ପଡିବ, ଯାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ଖବରକାଗଜରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସନ୍ନି ଦଓ୍ବେଲଙ୍କ ଏହି ଘର ଜୁହୁର ଗାନ୍ଧୀ ଗ୍ରାମ ରୋଡରେ ଅଛି, ଯାହାର ଗ୍ୟାରେଣ୍ଟି ହେଉଛନ୍ତି ସନ୍ନି ଦଓ୍ବେଲଙ୍କ ପିତା ଧର୍ମେନ୍ଦ୍ର।

Share