ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ସାହାରା ଦେଲେ ଅଟୋ ଡ୍ରାଇଭର…

ବମ୍ବେ: ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ନଜର ଆସିଲେ ଗଦର ଷ୍ଟାର ସନ୍ନି ଦେଓଲ। ଅବସ୍ଥା ଏଭଳି ଥିଲା ଯେ ଏକ ଅଟୋ ରିକ୍ସାବାଲା ଅଟକି ଯାଇ ତାଙ୍କୁ ସାହାରା ଦେଇଥିଲା। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ସୁରକ୍ଷିତ ଭାବେ ଘରେ ପହଞ୍ଚିଥାନ୍ତୁ ବୋଲି ପ୍ରଶଂସକ ପ୍ରାର୍ଥନା କରୁଛନ୍ତି।

ଭାଇରାଲ ଭିଡିଓଟି ଜୁହୁ ଅଞ୍ଚଳର। ସେଠାରେ ସନ୍ନି ନିଶାରେ ରାସ୍ତାରେ ଚାଲୁଥିବା ନଜର ଆସିଛନ୍ତି। ତାଙ୍କ ଚାରିପଟେ ଗାଡ଼ି ନଜର ଆସୁଛି। ଏଭଳି ଅବସ୍ଥା ଦେଖି ଅଟୋବାଲା ତାଙ୍କୁ ସାହାରା ଦେଇଛନ୍ତି।

ଅନେକ ସାକ୍ଷାତକାରରେ ସନ୍ନି ମଦ ପିଅନ୍ତି ନାହିଁ ବୋଲି କହି ଆସିଛନ୍ତି। ହେଲେ ଏବେ ତାଙ୍କର ନିଶାଗ୍ରସ୍ତ ଭିଡିଓ ଭାଇରାଲ ପରେ ପ୍ରଶଂସକ ଚକିତ ହୋଇଛନ୍ତି।

ଦେଖନ୍ତୁ ଭିଡିଓ:

Share