ଖୁବ୍‌ଶୀଘ୍ର ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ, ସରିଲା ନିର୍ବନ୍ଧ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତାମାନଙ୍କ ବିଷୟରେ କହିବାକୁ ଗଲେ ସନ୍ନି ଦେଓଲଙ୍କ ନାମ ସବୁବେଳେ ଆଗରେ ଥାଏ। ବର୍ତ୍ତମାନ ସନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲଙ୍କୁ ନେଇ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, କରଣ ଦେଓଲଙ୍କ ନିର୍ବନ୍ଧ ହୋଇସାରିଛି। ଆଉ ଖୁବ୍‌ଶୀଘ୍ର କରଣ ବିବାହ କରିବାକୁ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, କରଣ ଦେଓଲଙ୍କ ନିର୍ବନ୍ଧ ସରିଯାଇଛି। କିଛି ମାସ ପୂର୍ବରୁ କରଣ ଦେଓଲ ଗୁପ୍ତରେ ନିର୍ବନ୍ଧ କରିଛନ୍ତି। ଏହି ନିର୍ବନ୍ଧରେ ପୁରା ଦେଓଲ ପରିବାର ଜଡିତ ଥିଲେ। ଏଥିସହିତ ଏହି ରିଙ୍ଗ ସମାରୋହରେ କରଣଙ୍କ ଜେଜେବାପା ଏବଂ ଜେଜେମା ଧର୍ମେନ୍ଦ୍ର ଏବଂ ହେମା ମାଲିନୀ ମଧ୍ୟ କପଲଙ୍କୁ ଆଶୀର୍ବାଦ ଦେବା ପାଇଁ ପହଞ୍ଚିଥିଲେ। କୁହାଯାଇଛି, କରଣ ଦେଓଲ ଆସନ୍ତା ମାସରେ ବିବାହ କରିପାରନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କରଣ ଦେଓଲଙ୍କ ପ୍ରେମିକାଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି।

 

Share