କୃଷକ କହିଲେ ‘ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି’… କ’ଣ କହିଲେ ପାଜି

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଗଦ୍ଦର ୨ ‘ ପାଇଁ ଶୁଟିଂରେ ବିଜି ଅଛନ୍ତି । ଫିଲ୍ମର ସମ୍ପୂର୍ଣ୍ଣ ୟୁନିଟ ଏବେ ମହାରାଷ୍ଟ୍ରର ଅହମ୍ମଦନଗରରେ ରହିଛନ୍ତି । ଏବେ ସେଠାରୁ ଏକ ମନ ଛୁଇଁବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଜଣେ ନିର୍ମାୟା କୃଷକ ସନ୍ନିଙ୍କୁ କହୁଛନ୍ତି ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି । ଏହି ଭିଡିଓକୁ ନିଜେ ସନ୍ନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କେତେଜଣ ସାମ୍ନାରୁ ଆସୁଥିବା ଏକ ବଳଦ ଗାଡିକୁ ଅଟକାଉଛନ୍ତି । ଗାଡ଼ିଟି ଅଟକିବା ପରେ ଜଣେ ପଚାରୁଛନ୍ତି ଆପଣ କ’ଣ ନେଇ ଯାଉଛନ୍ତି । ଏଥିରେ କୃଷକ ଜଣକ ଉତ୍ତର ଦେଉଛନ୍ତି ପଶୁଙ୍କ ପାଇଁ ଜ୍ୱାରର ଭୁସି । ଏହାପରେ ସନ୍ନି ଗାଡ଼ି ପଛପଟୁ ବୁଲି କୃଷକଙ୍କ ନିକଟକୁ ଆସୁଛନ୍ତି । କୃଷକ ଏକାଥରେ ସନ୍ନି ଦେଓଲଙ୍କୁ ଚିହ୍ନି ପାରୁ ନାହାନ୍ତି । ହେଲେ ତାଙ୍କ କଣ୍ଠରୁ ସେ ଅନୁମାନ ଲଗାଇଛନ୍ତି କି ବ୍ୟକ୍ତି ଜଣକ ଆଉ କେହି ନୁହେଁ ବଲିଉଡ ଅଭିନେତା ସନ୍ନି ଦେଓଲ । କୃଷକ ଜଣକ ତାଙ୍କର ଏହି କନଫ୍ୟୁଜନକୁ ଦୂର କରିବାକୁ ସେ କହୁଛନ୍ତି, ‘ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି’ ।
ସନ୍ନି ହସି ହସି କହୁଛନ୍ତି, ହଁ ମୁଁ ସେହି… ଜବାବ ଶୁଣି କୃଷକ ଜଣକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଆଉ କହୁଛନ୍ତି ବାପରେ, ଏହାପରେ ସନ୍ନି ତାଙ୍କୁ କହୁଛନ୍ତି, ମୁଁ ଏଠାକୁ ଆସିଛି., ନିଜ ଗାଁ କଥା ମନେ ପଡିଗଲା । ଏହାକୁ ଦେଖି ଖୁବ ଖୁସି ହୋଇଯାଇଥିବା କୃଷକ ଜଣକ କହୁଛନ୍ତି ଆମେ ଆପଣଙ୍କ ଓ ଆପଣଙ୍କ ପିତା ଧର୍ମେନ୍ଦ୍ରଙ୍କ ଭିଡିଓ ଅନଲାଇନରେ ଦେଖୁ ।
ସୋସିଆଲ ମିଡିଆରେ ସନ୍ନି ଶେୟାର କରିଥିବା ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହାସହ ଖୁବ୍ କମଣ୍ଟେ ବି କରୁଛନ୍ତି ।

 

Share