Advertisement

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଏବେ ଖୁବ ଚର୍ଚ୍ଚାରେ। ଏବେ ତାଙ୍କ ଅଭିନୀତ ମୁଭି ଗଦ୍ଦର ୨ ବକ୍ସ ଅଫିସରେ ଭଲ କଲେକ୍ସନ କରି ଚାଲିଛି। ଏଥିରେ ସନ୍ନିଙ୍କ ସହ ଅମିଶା ପଟେଲଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସନ୍ନି କେଉଁ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତି ବୋଲି ପ୍ରଶ୍ନ କରାଯିବାରେ ସେ ଖୋଲାଖୋଲି ଭାବେ ଏହାର ଉତ୍ତର ଦେଇଛନ୍ତି।
ଅଭିନେତା କହିଛନ୍ତି ସେ ଆଗଧାଡିର ନାୟିକା ଆଲିଆ ଭଟ୍ଟଙ୍କ ସହ କାମ କରିବାକୁ ପସନ୍ଦ କରିବେ। ଏଥିପାଇଁ ତାଙ୍କୁ ଯେ କୌଣସି ଚରିତ୍ର ମିଳିଲେ ସେ ଏହାକୁ ମନା କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଆଲିଆଙ୍କୁ ବହୁତ ପସନ୍ଦ କରେ ଓ ତାଙ୍କ ସହ କାମ କରିବାକୁ ଚାହେଁ। ତେବେ ତାଙ୍କ ସହ ହିରୋ ନୁହେଁ ପିତା ପୁତ୍ରୀର କ୍ୟାରେକ୍ଟର ମିଳିଲେ ବି ମୁଁ ଖୁସି ହେବି ବୋଲି ସେ କହିଛନ୍ତି। ନିକଟରେ ଆଲିଆଙ୍କୁ ନ୍ୟାଶନାଲ ଆଓ୍ବାର୍ଡ ମିଳିଥିବାକୁ ନେଇ ସନ୍ନି କହିଛନ୍ତି ସେ ଏହାର ହକଦାର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share