ଆଉ ନିର୍ବାଚନ ଲଢିବେ ନାହିଁ ସନ୍ନି ଦେଓଲ

ଫିଲ୍ମ ‘ଗଦର-୨’ର ସଫଳତା ପରେ ଅଭିନେତା ସନ୍ନି ଦେଓଲ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ସନ୍ନି ଦେଓଲ କହିଛନ୍ତି ଯେ, ଆଉ ରାଜନୀତିରେ ମନ ଲାଗୁନାହିଁ। ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଏଣିକି କେବଳ ଫିଲ୍ମରେ କାମ କରିବାକୁ ଚାହୁଁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଭାଜପା ୨୦୨୪ ଲୋକ ସଭା ନିର୍ବାଚନରେ ଗୁରୁଦାସପୁର ଆସନରୁ ନୂତନ ପ୍ରାର୍ଥୀ ଦେବ।
ସନ୍ନି ଦେଓଲ ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନରୁ ଭାଜପା ଏମ୍‌ପି ଅଟନ୍ତି। ଏହି ଆସନ ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୯୯ ରୁ ୨୦୦୪ ଏବଂ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଭାଜପା ଟିକେଟରେ ବିନୋଦ ଖାନ୍ନା ମଧ୍ୟ ଏହି ଆସନର ସଦସ୍ୟ ଥିଲେ। ବିନୋଦ ଖାନ୍ନାଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନରେ କଂଗ୍ରେସ ନେତା ସୁନୀଲ ଜାଖର ଜିତିଥିଲେ। ୨୦୧୯ରେ ସନି ଦେଓଲ ପୁଣିଥରେ ଗୁରୁଦାସପୁର ଆସନକୁ ଭାଜପା ଜିତି ଥିଲେ।
ସନି ଦେଓଲ ତାଙ୍କ ବଙ୍ଗଳା ସନି ଭିଲ୍ଲାକୁ ବଞ୍ଚାଇବାକୁ ଓହ୍ଲାଇଛନ୍ତି। ସେ ତାଙ୍କର ବକେୟା ଋଣ ପରିଶୋଧ କରିବେ। ତାଙ୍କର ୫୬ କୋଟି ଟଙ୍କା ଋଣ ଅଛି। ବ୍ୟାଙ୍କ ଇ-ନିଲାମ ନୋଟିସ ମଧ୍ୟ ପ୍ରତ୍ୟାହାର କରିନେଇଛି। ନିଲାମ ୨୫ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ସନ୍ନି ଦେଓଲଙ୍କ ପିତା ଧର୍ମେନ୍ଦ୍ର ହେଉଛନ୍ତି ଗ୍ୟାରେଣ୍ଟରର୍ସ।

Share