ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କର ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ନିଲାମ କରିବ ନାହିଁ। ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ସୋମବାର ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ଅଭିନେତା ତଥା ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ନିଲାମ ନୋଟିସକୁ ପ୍ରତ୍ୟାହାର କରି ନେଇଛି।
ସନି ବ୍ୟାଙ୍କରୁ ଋଣ ନେଇ ଶୁଝି ନାହାନ୍ତି। ଋଣ ଓ ସୁଧ ମିଶି ୫୬ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ବ୍ୟାଙ୍କ ସନିଙ୍କ ସମେତ ତାଙ୍କ ଭାଇ ବବି ଦେଓଲ, ବାପା ଧର୍ମେନ୍ଦ୍ର ଏବଂ ସନିଙ୍କ କମ୍ପାନୀକୁ ନିଲାମ ନୋଟିସ ପଠାଇଥିଲା। ରବିବାର ଏକ ଜାତୀୟ ଖବରକାଗଜରେ ମାଧ୍ୟମରେ ଉକ୍ତ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ‘ଗଦର-୨’ ଷ୍ଟାରଙ୍କ ପ୍ରକୃତ ନାମ ଅଜୟ ସିଂ ଦେଓଲ, ଜୁହୁ ଭିଲ୍ଲାର ନାଁ ସନି ଭିଲ୍ଲା ଏବଂ ଋଣର ଅନ୍ୟାନ୍ୟ ବିବରଣୀ ରହିଛି। ବବି ଦେଓଲ (ପ୍ରକୃତ ନାମ ବିଜୟ ସିଂ ଦେଓଲ), ବାପା ଧର୍ମେନ୍ଦ୍ର ସିଂ ଦେଓଲ, ସନି ଦେଓଲଙ୍କ କମ୍ପାନୀ ସନି ସାଉଣ୍ଡସ୍‌ ପ୍ରା. ଲିଃ ଋଣର ଗ୍ୟାରେଣ୍ଟର ଓ କର୍ପୋରେଟ୍‌ ଗ୍ୟାରେଣ୍ଟର ରହିଛନ୍ତି।

Share