ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ଆକ୍ସନ କିଙ୍ଗ୍‌ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଅଭିନୟ ଜଗତରେ ପ୍ରବେଶ କରିଛନ୍ତି। କରଣ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଯେଉଁଥିପାଇଁ କରଣ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରି ନ ଥିଲେ।

ଏବେ ଖବର ଶୁଣିବାକୁ ମିଳୁଛି କରଣ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କରଣ କିଛିଦିନ ପାଇଁ ଫିଲ୍ମ ନିର୍ମାତା ବିମଲ ରାୟଙ୍କ ନାତୁଣୀ ଦିଶା ରୟଙ୍କ ସହ ରିଲେସନଶିପ୍‌ରେ ଥିଲେ। ଉଭୟ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ସୂଚନା ଦିଆଯାଇନାହିଁ।

ଦିଶା ହେଉଛନ୍ତି ବଲିଉଡର ଅନ୍ୟତମ କିମ୍ବଦନ୍ତୀ ଫିଲ୍ମ ନିର୍ମାତା ବିମଲ ରାୟଙ୍କ ନାତୁଣୀ। ‘ଦ ବିଗ୍‌ ଜମିନ’, ‘ଦେବଦାସ’, ‘ମଧୁମତି’, ‘କାବୁଲିଓ୍ବାଲା’ ଭଳି ଅନେକ ଫିଲ୍ମ ଦେଇଛନ୍ତି। ୧୯୯୮ରେ ଦିଶାଙ୍କ ମା’ ଚିମ୍ମୁ ବି ଆଚାର୍ଯ୍ୟଙ୍କ ସହ ଦୁବାଇ ଚାଲିଯାଇଥିଲେ। ଏହା ପରେ ଦିଶା ତାଙ୍କ ମାତାପିତାଙ୍କ ସହ ରହି ଦୁବାଇରୁ ପାଠପଢ଼ା ଶେଷ କରିଥିଲେ। ଏହା ପରେ ଦିଶା ଆମେରିକାର ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଧ୍ୟୟନ କରିଥିଲେ।

Share