ଅଭିନେତା ବିକି କୌଶଲଙ୍କ ଭାଇ ସନ୍ନି ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସନ୍ନି ମଧ୍ୟ ତାଙ୍କ ଭାଇଙ୍କ ପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ସମେତ ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାଉଜ କ୍ୟାଟ୍ରିନା କୈଫ ମଧ୍ୟ ତାଙ୍କୁ ବିଶେଷ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
କ୍ୟାଟ୍ରିନା ଦିଅରଙ୍କ ଜନ୍ମଦିନ ଅବସରରେ ଏକ ବିଶେଷ ଫଟୋ ଶେୟାର କରିଛନ୍ତି। ଫଟୋରେ ଏହା ଦେଖିବାକୁ ମିଳେ ଯେ, ବିକି ଏବଂ କ୍ୟାଟ୍ରିନା ଛିଡା ହୋଇଛନ୍ତି । ସନି ତାଙ୍କ ଭାଉଜଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସହିତ କ୍ୟାଟ୍ରିନା କ୍ୟାପସନରେ ଲେଖିଛନ୍ତି, ‘ଭଲରେ ଥାଅ, ଖୁସିରେ ରୁହ’। ଏହି ପୋଷ୍ଟରେ ବିକି କମେଣ୍ଟ୍ ଦେଇ ଲେଖିଛନ୍ତି, ମୋର ଦୁଇଟି ମୂଲ୍ୟବାନ ରତ୍ନ।
ସନ୍ନି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ଶିଦ୍ଦତ’ରେ ତାଙ୍କର ଅଭିନୟକୁ ପ୍ରଶଂସା କରାଯାଇଥିଲା। ତାଙ୍କୁ ଖୁବ ଶୀଘ୍ର ‘ମିଲି’ରେ ଦେଖିବାକୁ ମିଳିବ।