୧୯ ବର୍ଷରେ ପର୍ନଷ୍ଟାର ହେବାକୁ ମନସ୍ଥ କରିଥିଲେ ବେବି ଗର୍ଲ; ଉଲଗ୍ନ ଫଟୋ ଦେଖି ଚମକି ପଡ଼ିଥିଲେ ପରିବାରଲୋକେ; ପରେ…

ବମ୍ବେ: ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି ବେବି ଗର୍ଲ ସନ୍ନି ଲିଓନି। ୧୯୮୧ ମେ’ ୧୩ରେ କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପ୍ରକୃତ ନାମ କିରନ୍‌ଜିତ କୌର ବୋହରା। ପଞ୍ଜାବୀ ପରିବାରରେ ଜନ୍ମିତ ସନ୍ନି ୧୯ ବର୍ଷ ବୟସରେ ପର୍ନ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିଲେ। ପରେ ସେ ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ଏହାପରେ ତାଙ୍କୁ ‘ଜିସ୍ମ-୨’ ଫିଲ୍ମର ଅଫର୍‌ ମିଳିଥିଲା। ଏଥିରେ ତାଙ୍କ କାମକୁ ପ୍ରଶଂସା କରାଯାଇଥିଲା।

ସନ୍ନିଙ୍କ ପର୍ନଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ତାଙ୍କୁ ଲୋକଙ୍କ କଟାକ୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମନ୍ଦ ଉଦ୍ଦେଶ୍ୟ ରଖି ଲୋକେ ତାଙ୍କୁ ଘୃଣାପୂର୍ଣ୍ଣ ଇମେଲ କରୁଥିଲେ। ପୋଷାକ ପରିଧାନଠାରୁ ଆରମ୍ଭ କରି ନୃତ୍ୟ ପର୍ଯ୍ୟନ୍ତ, ସବୁକିଛିକୁ ତାତ୍ସଲ୍ୟ କରାଯାଉଥିଲା। ହେଲେ ସେ ହାର ମାନି ନ ଥିଲେ। ଗତ କିଛି ବର୍ଷ ମଧ୍ୟରେ ପରିଣାମସ୍ବରୂପ ସନ୍ନି ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି।

ପର୍ନଷ୍ଟାର ହେବା ସମୟର କଥା ମନେ ପକାଇ ସେ କୁହନ୍ତି, ଯେତେବେଳେ ସେ ଏହି ଇଣ୍ଡଷ୍ଟ୍ରୀରେ ଯୋଗଦେଇଥିଲେ, କାହାକୁ ପଚାରି ନ ଥିଲେ। ଏହା ତାଙ୍କ ପାଇଁ ବ୍ୟବସାୟ ଭଳି ଥିଲା। ଝିଅଙ୍କୁ ପ୍ରଥମ ଥର ପାଇଁ ପେଣ୍ଟହାଉସ୍‌ କଭର ଅଫ୍‌ ଦ ଇଅରରେ ଦେଖି ଚକିତ ହୋଇଯାଇଥିଲେ ସନ୍ନିଙ୍କ ପିତାମାତା। ଧିରେ ଧିରେ ସମ୍ପର୍କରେ ଖଟା ସୃଷ୍ଟି ହୋଇଯାଇଥିଲା। କହିବାକୁ ଗଲେ ଆଉ ପୂର୍ବଭଳି କିଛି ରହି ନ ଥିଲା।

୨୦୧୧ରେ ଡିନିୟଲ ବେବରଙ୍କ ହାତ ଧରିଥିଲେ ସନ୍ନି। ଏହା ପୂର୍ବରୁ ଉଭୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ଉଭୟଙ୍କ ତିନୋଟି ସନ୍ତାନ ରହିଛି। ହେଲେ ବିବାହ ପୂର୍ବରୁ ଅଭିନେତ୍ରୀ ମେଟ ଏରିକ୍ସନ, କାନାଡିଆନ୍‌ କମେଡିଆନ୍‌ ରସଲ ପିଟରଙ୍କୁ ଡେଟ୍‌ କରିଥିଲେ। ହେଲେ ଏହା ବେଶିଦିନ ଚାଲି ନ ଥିଲା।

Share