ବଲିଉଡକୁ ଧନ୍ୟବାଦ ଦେଲେ ସନ୍ନି

ମୁମ୍ବାଇ: ବଲିଉଡରେ ଦୀର୍ଘ ୧୦ ବର୍ଷର ଯାତ୍ରା ପୂରଣ କରିଛନ୍ତି ଅଭିନେତ୍ରୀ ତଥା ପର୍ନଷ୍ଟାର ସନ୍ନି ଲିଓନ । ଏହାକୁ ନେଇ ସେ ବଲିଉଡକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ବଲିଉଡ ମୋତେ ଖୋଲା ହାତରେ ସ୍ୱୀକାର କରିଥିବାରୁ ମୁଁ ଧନ୍ୟ ମନେକରୁଛି । ସିନେମାର କ୍ୟାରିୟର ବିଶ୍ୱାସ ଦେଇଥାଏ ଯେ କଠିନ ପରିଶ୍ରମ ସବୁବେଳେ କିଛି ନା କିଛି ଫଳ ଦେଇଥାଏ ।
ଅଭିନେତ୍ରୀ ବିଗ ବସ ସିଜନ ୫ ପରେ ଜିସ୍ମ ୨ ସହ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ରଇଜରେ ଶାହାରୁଖ ଖାଁଙ୍କ ସହ ଲୋକପ୍ରିୟ ନମ୍ବର ଲୈଲାରେ ଅଭିନୟ କରିଥିଲେ । ଏହାପରେ ସେ କିଛି ଫିଲ୍ମ ସହ ୱେବ ସିରିଜ ଅନାମିକାରେ ବି ଅଭିନୟ କରିଛନ୍ତି ।
ମନୋରଞ୍ଜନ ଦୁନିଆରେ ନିଜର କ୍ୟାରିୟରକୁ ନେଇ ସନ୍ନି କହିଛନ୍ତି, ଯେତେବେଳେ ମୁଁ ଓ ମୋ ସ୍ୱାମୀ ଡାନିଏଲ ୱେବର ପ୍ରଥମ କରି କାମ ଆରମ୍ଭ କଲୁ, ତେବେ ଆମେ ପ୍ରଥମ କମ୍ପାନୀ ଆରମ୍ଭ କରିବା ପାଇଁ ବ୍ୟାଙ୍କରୁ କିଛି ଟଙ୍କା ଉଦ୍ଧାର ଆଇଣିଥିଲୁ । ଯାହା ପରେ ଆମକୁ ସଫଳତା ଦେଇଥିଲା ।
ସନ୍ନି କହିଛନ୍ତି, ବଲିଉଡ ମୋ କ୍ୟାରିୟରର ଏକ ଭିନ୍ନ ରାସ୍ତା ଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ଏକ ଅଦ୍ଭୁତ ଯାତ୍ରା ଥିଲା ବୋଲି ସେ କହିଛନ୍ତି, ଯାହା ମୋତେ ପ୍ରେରଣା ଦେଇଛି । ଦର୍ଶକଙ୍କ ସମର୍ଥନ ମୋ ପାଇଁ ସବୁଠାରୁ ବଡ ଥିଲା । ମୁଁ ସେମାନଙ୍କ ସମର୍ଥନ ବିନା କିଛି କରିପାରି ନ ଥାଆନ୍ତି ।
ସିନେମାରେ ମୋର ଯାତ୍ରା କହେ କଠିନ ପରିଶ୍ର ମସବୁବେଳେ ଫଳ ଦେଇଥାଏ । ମୁଁ ମୋ ଜୀବନକୁ ଭଲପାଏ ଓ କାମକୁ ଭଲପାଏ । ମୋ ନିକଟରେ ଏ କ ଅଦ୍ଭୁତ ପରିବାର ରହିଛି । ଡାନିଏଲ ଜଣେ ଭଲ ସାଥି, ୩ ଖଉବ୍ ସୁନ୍ଦର ଶିଶୁ ରହିଛନ୍ତି, ଗୋଟିଏ ମନ ପସନ୍ଦର ଛୋଟ ଘର ରିହିଛି ଆଉ ରହିଛି ଏକ କ୍ୟାରିୟର ଯାହାକୁ ରଖଇବା ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିଛି ।
ସନ୍ନି ଆହୁରି ମଧ୍ୟ କହିଛନ୍ତି ମୁଁ ପ୍ରତିଦିନ ପରିଶ୍ରମ କରିଥାଏ । ବିନା ଅଫ୍‌ରେ ମୁଁ କାମ କରିଥାଏ ।

Share