ସନି ଲିଓନିଙ୍କ ମହାନତା

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ନିକଟରେ ନିଜ ମହାନତା ଦେଖାଇଛନ୍ତି। ତୁର୍କୀ ଏବଂ ସିରିଆରେ ଭୂକମ୍ପରେ ପୀଡ଼ିତଙ୍କୁ ସହାୟତାର ହାତ ବଢାଇଛନ୍ତି। ସନ୍ନି ସ୍ବାମୀ ଡାନିଏଲ ୱେବର ନିଜ ରୋଜଗାରର ୧୦ ପ୍ରତିଶତ ଭୂକମ୍ପ ପୀଡ଼ିତଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ସନି କହିଛନ୍ତି, ଏଭଳି ବିପଦ ସମୟରେ ସମସ୍ତେ ସାହାଯ୍ୟର ହାତ ବଢାଇବା ଆବଶ୍ୟକ। ବଞ୍ଚିଥିବା ଲୋକଙ୍କୁ ସେମାନଙ୍କ ଜୀବନକୁ ପୁନଃନିର୍ମାଣ କରିବାରେ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ଦୁହେଁ ସେମାନଙ୍କର ରୋଜଗାର ସିରିଆ ଏବଂ ତୁର୍କୀର ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଦାନକାରୀ ସଂସ୍ଥାକୁ ଦାନ କରିବେ।
ଏହାପୂର୍ବରୁ ପ୍ରିୟଙ୍କା ଚୋପ୍ରା ଭୂକମ୍ପ ପରେ ପୀଡିତମାନଙ୍କୁ ସାହାଯ୍ୟ ହାତ ବଢାଇବାକୁ ଅନୁରୋଧ କରିଥିଲେ।

Share