କଙ୍ଗନାଙ୍କ ଉପରେ ରାଗିଗଲେ ସନ୍ନି ଲିଓନି! କହିଲେ ଏଭଳି କଥା

ବମ୍ବେ: ବଲିଉଡ୍‌ ବିରୋଧୀ ନିଜର ବକ୍ତବ୍ୟକୁ ନେଇ ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏକ ସାକ୍ଷାତକାରରେ ଉର୍ମିଳା ମାତୋଣ୍ଡକରଙ୍କୁ ସେ ସପୋର୍ଟ ପର୍ନଷ୍ଟାର ବୋଲି କହିଥିଲେ। ପରେ ଏନେଇ ସଫେଇ ଦେଇ ସନ୍ନି ଲିଓନିଙ୍କ ନାମ ନେଇଥିଲେ। ଏବେ ସନି ସୋସିଆଲ ମିଡିଆରେ ଏହାର ଜବାବ ଦେଇଛନ୍ତି।

କଙ୍ଗନାଙ୍କ ନାମ ନନେଇ ସନି ଏକ ପୋଷ୍ଟ କରିଛନ୍ତି। ଯେଉଁଲୋକ ଆପଣଙ୍କୁ ଚିହ୍ନନ୍ତି ନାହିଁ, ସେମାନେ ଆପଣଙ୍କ ବିଷୟରେ କଥା ହେବା ହାସ୍ୟାସ୍ପଦ ବୋଲି ସେ ଲେଖିଥିଲେ। ଏହା ଭାଇରାଲ ହେବା ପରେ ସେ ଏହାକୁ ଡିଲିଟ୍‌ କରିଦେଇଛନ୍ତି।

ପ୍ରଥମେ କଙ୍ଗନା କହିଥିଲେ, ଉର୍ମିଳା ନିଜର ଅଭିନୟ ପାଇଁ ନୁହେଁ ବରଂ ସଫ୍ଟ ପର୍ନ ପାଇଁ ଜଣାଶୁଣା। ତାଙ୍କୁ ଯଦି ଟିକେଟ ମିଳିପାରୁଛି ତେବେ ମୋତେ ବି ମିଳିପାରିବ। ହେଲେ ସେ ଭାବୁଛନ୍ତି ମୁଁ ଏସବୁ ଭାଜପାରୁ ଟିକେଟ ପାଇବା ପାଇଁ କରୁଛି। ହେଲେ ଟିକେଟ ପାଇବା ମୋ ପାଇଁ କଷ୍ଟକର କଥା ନୁହେଁ। ଏଥିପାଇଁ ମୋତେ ନିଜ ଜୀବନ ସହ ଖେଳିବା ଏବଂ ସମ୍ପତ୍ତି ବରବାଦ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଲିବେରାଲ ବ୍ରିଗେଡ ସନିଙ୍କୁ ରୋଲ ମଡେଲ ହୋଇପାରିବେ ନାହିଁ ବୋଲି କହିଥିଲେ। ହେଲେ ତାଙ୍କୁ ବଲିଉଡ୍‌ ସହ ଭାରତ ଆପଣାଇସାରିଛି। ଏବେ କିଛି ଫେମିନିଷ୍ଟ ପର୍ନଷ୍ଟାରକୁ ଅପମାନଜନକ ଶବ୍ଦ ଭଳି କରିସାରିଛନ୍ତି ବୋଲି କଙ୍ଗନା ପୁଣିଥରେ ଲେଖିଥିଲେ। ଏହାର ଜବାବ ଦେଇଛନ୍ତି ସନି।

Share