ବେଙ୍ଗାଲୁରୁ, ୯।୧୧: କର୍ନାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ବଦଳରେ ବଲିଉଡ୍ ଅଭିନେତ୍ରୀ ସନି ଲିଓନ୍ଙ୍କ ଫଟୋ ଦେଖିବାକୁ ମିଳିଛି। ଆଡ୍ମିଟ୍ କାର୍ଡର ସ୍କ୍ରିନ୍ସର୍ଟ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ରାଜ୍ୟ ଶିକ୍ଷା ବିଭାଗ ଏ ନେଇ ଯାଞ୍ଚ କରୁ ବୋଲି କର୍ନାଟକ କଂଗ୍ରେସ ପକ୍ଷରୁ ଦାବି କରାଯିବା ସହ ସରକାରଙ୍କଠାରୁ ଏ ପ୍ରକାର ତ୍ରୁଟି ହିଁ କେବଳ ଆଶା କରାଯାଇ ପାରିବ ବୋଲି କଂଗ୍ରେସ କହିଛି। ଅନ୍ୟପକ୍ଷେ ରାଜ୍ୟ ସରକାର ବିଧନସଭା ଭିତରେ ଅଶ୍ଳୀଳ ଫିଲ୍ମ ବସି ଦେଖୁଥିବା ଟୁଇଟର ପୋଷ୍ଟ ଜରିଆରେ କର୍ନାଟକ କଂଗ୍ରେସ ସୋସିଆଲ ମିଡିଆ ଚିଫ୍ ବି.ଆର୍ ନାଇଡୁ କହିଛନ୍ତି। ଘଟଣାର ଯାଞ୍ଚ ପରେ ଥାନାରେ ଅଭିଯୋଗ କରାଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ସି ନଗେଶଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।