ବିଗ ବସ ଓଟିଟି ସିଜନ ୨ରେ ନଜର ଆସିବେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ, ଯାହାଙ୍କ ମୁଭି କେନେଡି ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଧମାଲ ମଚାଇଥିଲା, ଏବେ ସେ ବିଗ ବସ ଓଟିଟି ସିଜନ ୨ରେ ନଜର ଆସିବେ।
ବିଗ ବସରେ ନିଜର ଏଣ୍ଟ୍ରିକୁ ନେଇ ସନ୍ନି କହିଛନ୍ତି, ବିଗ ବସ ଓଟିଟିରେ ଆସିବା ମୋ ପାଇଁ ଘର ବାହୁଡା ଭଳି। ଏହା ମୋ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ ମୋଡ ମଧ୍ୟରୁୁ ଗୋଟିଏ। ମୋ ଶୋ’କୁ ଅତି ନିକଟରୁ ଦେଖୁଛି ଓ ଏହାକୁ ପରବର୍ତ୍ତି ଲେବଲକୁ ନେଇ ଯିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ତେବେ ଅପେକ୍ଷା କରନ୍ତୁ ଆଉ ଦେଖନ୍ତୁ ମୌସମ ବଦଲନେ ବାଲା ହୈ।
ବିଗ ବସ ସିଜନ ୫ରେ ଆସିବା ପରେ ସନ୍ନି କିଛି ଗୀତ ଓ ଫିଲ୍ମରେ କାମ କରିଥିଲେ। ଶୋର ଫ୍ୟାନ୍ସ ଅନୁମାନ କରୁଛନ୍ତି ସନ୍ନି ଲିଓନ କ’ଣ ସରପ୍ରାଇଜ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି କରିବେ ନା ସେ କେବଳ ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ସହ କୋ ହୋଷ୍ଟ ହେବେ। ବିଗ ବସ ଓଟିଟି ସିଜନ ୨ ଷ୍ଟ୍ରିମିଙ୍ଗ ପାଇଁ ୧୭ ଜୁନରୁ ଜିଓ ସିନେମାରେ ଉପଲବ୍ଧ ହେବ।

Share