ମାଳଦ୍ୱୀପରେ ଛୁଟି କାଟୁଛନ୍ତି ସନି ଲିଓନି, ଶେୟାର କଲେ ବ୍ରେକ୍‌ଫାଷ୍ଟର ଫଟୋ

ମୁମ୍ବାଇ: ବଲିଉଡ୍‌ ଗ୍ଲାମର ଡଲ ତଥା ଫ୍ୟାଶନ କୁଇନ୍‌ ସନି ଲିଓନି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ସପରିବାର ସନି ମାଳଦ୍ୱୀପ ଯାଇଛନ୍ତି। ଏହି ସୁନ୍ଦର ମୁହୂର୍ତ୍ତର କିଛି ଫଟୋ ସନି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଚର୍ଚ୍ଚାରେ ରହିଛି। ମାଳଦ୍ୱୀପରେ ବିକ୍‌ନୀରେ ନଜର ଆସିଛନ୍ତି ସନି। ତାଙ୍କର ଏହି ଲୁକ୍‌ ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ସେ ଏକ ପିଚ୍‌ କଲରର ବିକ୍‌ନୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ସନି ସନ୍‌ କିସ୍‌ଡ କରୁଛନ୍ତି। ଫଟୋରେ ସେ ବେଶ୍‌ ହଟ୍‌ ଦିଶୁଛନ୍ତି। ସନ୍‌ଗ୍ଲାସ ଲଗାଇ ଆହୁରି ସୁନ୍ଦର ଦେଖାଯାଉଛନ୍ତି।

ସନି ଏହି ଫଟୋଗୁଡ଼ିକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଉ ଏକ ଫଟୋରେ ସନି ପୁଲ୍‌ରେ ବସି ଫ୍ଲୋଟିଂ ବ୍ରେକ୍‌ଫାଷ୍ଟ ଉପଭୋଗ କରୁଛନ୍ତି। ତାଙ୍କ ଚେହେରାରେ ସ୍ମିତହାସ୍ୟ ଆହୁରି ଚମକୁଛି। ବୋଟ୍‌ ରାଇଡିଂ ବି କରୁଛନ୍ତି ସନି। ମାଳଦ୍ୱୀପରେ କେତେ ଖୁସି ସମୟ ଅତିବାହିତ କରୁଛନ୍ତି ତାଙ୍କ ଫଟୋଗୁଡ଼ିକରୁ ସ୍ପଷ୍ଟ ବାରି ହୋଇପଡୁଛି। ଆଉ ଏକ ଫଟୋରେ ସନି ଏକ ରଙ୍ଗୀନ ଶୁଆକୁ ନିଜ କାନ୍ଧରେ ବସାଇଛନ୍ତି। ଏକ ଲାଇଟ୍‌ ବ୍ଲୁ କଲରର ଶଟ୍‌ ଡ୍ରେସ୍‌ ପିନ୍ଧି ସନ୍‌ଗ୍ଲାସରେ ବେଶ୍‌ ଆକର୍ଷଣୀୟା ଦିଶୁଛନ୍ତି। ସନିଙ୍କର ପ୍ରତ୍ୟେକ ଫଟୋକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି।

Share