ସନି ଲିଓନି ଶେୟାର କଲେ ଏମିତି ଫଟୋ, ପାଗଳ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ବୃତ୍ତିଗତ ପର୍ଯ୍ୟନ୍ତ ସମସ୍ତ କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସନି ଏବେ କିଛି ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ପାଗଳ ପ୍ରାୟ ହୋଇଯାଇଛନ୍ତି।

ନିକଟରେ ସନି ହାଲୋଇନ୍‌ ପାର୍ଟିର କିଛି ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ସ୍ବାମୀ ଏବଂ ପିଲାମାନଙ୍କ ସହ ନଜର ଆସିଥିଲେ। ଏହା ପରେ ସନି ତାଙ୍କର ଆଉ କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଖୁବ୍‌ ଚମତ୍କାର ଦେଖାଯାଉଛନ୍ତି। ଫଟୋରେ ସେ ଏକ କଳାରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ଏକ କଳା ଚପଲ ବି ପିନ୍ଧିଛନ୍ତି। ଏଥିସହ କଳା ରଙ୍ଗର ଏକ ସ୍ଲିଙ୍ଗ୍‌ ବ୍ୟାଗ୍‌ ଧରିଛନ୍ତି। ପ୍ରତ୍ୟେକ ଫଟୋରେ ସେ ଭିନ୍ନ ଭିନ୍ନ ପୋଜ୍‌ରେ ନଜର ଆସିଛନ୍ତି।

ଏହା ପୂର୍ବରୁ ସନି ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ଏକ କଳା ରଙ୍ଗର ହାଇ ସ୍ଲିଟ୍‌ ଗାଉନ୍‌ ପିନ୍ଧିଥିବା ନଜର ଆସିଥିଲେ। ଏହି ଡ୍ରେସ୍‌ରେ ମୋତି ଖଚିତ ହୋଇଥିଲା। ଯେଉଁଥିରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଥିଲେ।

Share