ଆଜିକାଲି ପ୍ରାୟତଃ ସବୁଆଡ଼େ ମ୍ୟାଗିର ଚାହିଦା ବେଶି। ବିଶେଷକରି ଘରଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମ୍ୟାଗି ସତେ ଯେମିତି ବରଦାନ ସଦୃଶ। କାରଣ ହାତରେ ସମୟ ନ ଥିବାରୁ ଏହା ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯାଇଥାଏ। ଆଉ ସ୍ବାଦ ମଧ୍ୟ ବେଶ୍ ନିଆରା। ତେଣୁ ପିଲାମାନେ ମ୍ୟାଗି ଖାଇବାକୁ ପସନ୍ଦ କରିଥାନ୍ତି।
ଭାରତର ଅଧିକାଂଶ ସହରର ଗଳିକନ୍ଦିରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରି କରାଯାଉଛି। କିନ୍ତୁ ଅହମ୍ମଦାବାଦର ପ୍ରତ୍ୟେକ ଗଳିକନ୍ଦିରେ ବିକ୍ରି ହେଉଥିବା ଷ୍ଟ୍ରିଟ୍ ଫୁଡ୍ ଟିକେ ଭିନ୍ନ। କାରଣ ଏଠାରେ ବିକ୍ରି ହେଉଛି ସନ୍ନି ଲିଓନୀ ମ୍ୟାଗି। ପର୍ନଷ୍ଟାର ସନ୍ନି ଲିଓନୀଙ୍କୁ କିଏ ବା ନ ଜାଣେ। ସେ ଯେମିତି ପ୍ରସିଦ୍ଧ ତାଙ୍କ ନାମରେ ପ୍ରସ୍ତୁତ କରାଯାଉଥିବା ମ୍ୟାଗି ମଧ୍ୟ ବେଶ୍ ପ୍ରସିଦ୍ଧିଲାଭ କରିଛି। ଠେଲାରେ ବିକ୍ରି ହେଉଥିବା ଏହି ମ୍ୟାଗିର ଦାମ୍ ପ୍ଲେଟ୍ ପ୍ରତି ୬୦ ଟଙ୍କାରେ ମିଳୁଛି। ଏହାର ସ୍ବାଦ ଅନ୍ୟ ମ୍ୟାଗିଠାରୁ ଭଲ। ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି।